ଚନ୍ଦାହାଣ୍ଡି ତହସିଲଦାରଙ୍କୁ ବିଦାୟ ସମ୍ବର୍ଦ୍ଧନା

Get real time updates directly on you device, subscribe now.

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତହସିଲଦାର ହୃଦାନନ୍ଦ ସିଂ ମାଝିଙ୍କୁ ଦିଆଯାଇଛି ବିଦାୟ ସମ୍ବର୍ଦ୍ଧନା । ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀଙ୍କ ନେତୃତ୍ୱରେ ବ୍ଲକ୍ର ସମସ୍ତ କର୍ମଚାରୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝି, ସମ୍ମାନିତ ଅତିଥି ଭାବେ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ, ନୂଆ ତହସିଲଦାର ବାବୁଳାଲ ସାମଲ, ଆଇନଜୀବୀ କ୍ଷମରାଜ ବାଘ, ମହମ୍ମଦ ହୁସେନ୍, ପ୍ରମୁଖ ମଞ୍ଚାସୀନ ଥିଲେ । ରାଜସ୍ୱ ନିରୀକ୍ଷକ ପି ଉଦୟ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅନନ୍ତ ସିହ୍ନା ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ ଗଣପତି ମାଳି, ରୁପେନ୍ଦ୍ର ନାଗେଶ, ବୁଲୁ ପ୍ରଧାନ, ରଣଦେବ ମଣ୍ଡଲ, ଲାଳୁ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons