ଚନ୍ଦ୍ର ଅଭିଯାନ ସ୍ୱପ୍ନ ନିଶ୍ଚୟ ପୂରଣ ହେବ: ମୋଦି

Get real time updates directly on you device, subscribe now.

ବେଙ୍ଗାଲୁରୁ: ଶନିବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଚନ୍ଦ୍ର ଅଭିଯାନକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ ଯେ ଇସ୍ରୋର ବୈଜ୍ଞାନିକମାନେ କ୍ଲାନ୍ତ ହେବେ ନାହିଁ କି ବସି ରହିବେ ନାହିଁ କିମ୍ବା ହାତ ଟେକି ଦେବେ ନାହିଁ । ବୈଜ୍ଞାନିକମାନେ ପ୍ରଥମ ଉଦ୍ୟମରେ ପାଇଥିବା ନିରାଶା ଯୋଗୁ ହାର ମାନନ୍ତି ନାହିଁ । ସେମାନେ ପୁଣି ଆଗକୁ ବଢ଼ିବେ । ଚନ୍ଦ୍ରରେ ଭାରତର ଛାପ ଛାଡିବା ପାଇଁ ଦେଶବାସୀଙ୍କର ଯେଉଁ ସ୍ୱପ୍ନ ରହିଛି, ତାହା ନିଶ୍ଚିତ ପୂରଣ ହେବ ।
ଏହା ପୂର୍ବରୁ ମୋଦି ଆଜି ସକାଳେ ପୁଣି ଥରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କଣ୍ଟେ୍ରାଲ ସେଣ୍ଟରକୁ ଯାଇ ବୈଜ୍ଞାନିକମାନଙ୍କୁ ଭେଟିଥିଲେ । ସେଠାରେ ଇସ୍ରୋ ମୁଖ୍ୟ କେ ଶିବନ ତାଙ୍କୁ ଦେଖି କାନ୍ଦି ପକାଇଥିଲେ । ଚନ୍ଦ୍ର ଅଭିଯାନର ଶେଷ ମୁହୂର୍ତ୍ତରେ ମିଳିଥିବା ନିରାଶାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । କିନ୍ତୁ ମୋଦି ତାଙ୍କୁ କୁଣ୍ଢାଇ ପକାଇ ତାଙ୍କର ପିଠି ଥାପୁଡାଇଥିଲେ । ସେ ମଧ୍ୟ ତାଙ୍କ ସହ ହାତ ମିଳାଇଥିଲେ ଏବଂ ଏଥିରେ ଭାଙ୍ଗି ନପଡ଼ି ଆଗକୁ ବଢ଼ିବା ପାଇଁ କହିଥିଲେ ।
ମୋଦି ମଧ୍ୟ ଇସ୍ରୋ କାର୍ଯ୍ୟାଳୟରେ ବୈଜ୍ଞାନିକମାନଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ ଯେ ଆପଣମାନେ ଏହି ମିଶନ ପାଇଁ ରାତି ରାତି ଶୋଇନାହାନ୍ତି । ଏହା ପର ଠାରୁ ବି ହୁଏତ ଶୋଇବେ ନାହିଁ । କିନ୍ତୁ ଏହି ମିଶନରେ ମିଳିଥିବା କିଛିଟା ନିରାଶା ଯୋଗୁ ଆପଣମାନେ ଭାଙ୍ଗି ପଡିବା ଉଚିତ୍ ନୁହେଁ ଏବଂ ଚନ୍ଦ୍ରରେ ଭାରତକୁ ପହଞ୍ଚାଇବା ପାଇଁ ନିଜର ଉଦ୍ୟମ ଜାରି ରଖିବା ଉଚିତ୍ ।
ମୋଦି ଆହୁରି କହିଥିଲେ ଯେ ଆମେ ଆମ ଲକ୍ଷ୍ୟର ଖୁବ ନିକଟତର ହୋଇଥିଲୁ । କିନ୍ତୁ ଆଗାମୀ ଦିନରେ ଆମକୁ ଆହୁରି ଅନେକ ଦିଗ ଉପରେ ଗୁରୁତ୍ୱ ଦେବାକୁ ହେବ । ଆଜିର ଘଟଣାରୁ ଆମକୁ ଶିକ୍ଷା ମିଳିବ ଏବଂ ଏହା ଆମକୁ ଆହୁରି ମଜଭୁତ କରିବ । ସମଗ୍ର ଦେଶ ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କୁ ନେଇ ଗର୍ବ ଅନୁଭବ କରୁଛି । ଆମର ମହାକାଶ ବିଜ୍ଞାନ କାର୍ଯ୍ୟକ୍ରମରେ ଆହୁରି ନୂଆ ନୂଆ କୀର୍ତ୍ତିମାନ ସ୍ଥାପିତ ହେବାର ଅଛି । ଆମକୁ ମଧ୍ୟ ନୂଆ ନୂଆ ଦିଗର ଉନ୍ମୋଚନ କରିବାକୁ ହେବ । ସମଗ୍ର ଦେଶ ଆପଣମାନଙ୍କ ସହିତ ଅଛି । ମୋଦି ମଧ୍ୟ ରାତିରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ସମ୍ବୋଧନ କରି ସେମାନଙ୍କୁ ନିରାଶ ହେବା ବଦଳରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଜୀବନରେ ଉଦ୍ଭାନ-ପତନ ଲାଗିରହେ । ତେଣୁ ସେମାନେ ଏହାଯୋଗୁ ବ୍ୟଥିତ ନହୋଇ ଆଗକୁ ବଢ଼ନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons