ସାଲେପୁର : କଟକ ଜିଲ୍ଲାର ଶିଶୁଆ ବ୍ୟାରେଜଠାରେ ଥିବା ଶିଶୁଆ ଉପକାରାଗାରରୁ ଗତକାଲି ସନ୍ଧ୍ୟାରେ ଜଣେ କଏଦୀ ଫେରାର ହେବାପରେ ପୋଲିସ ତାକୁ ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖସି ପଳାଇ ଯାଇଥିବା କଏଦୀ ଜଣକ ହେଉଛନ୍ତି ସାଲେପୁର ଥାନା ଅଧୀନସ୍ଥ କେନ୍ଦୁପାଟଣା ପଞ୍ଚାୟତର ଖଣ୍ଡଗାଁ ଗ୍ରାମର ନୃସିଂହ ନାଥ ସାମଲ (୨୧) ବୋଲି ଶିଶୁଆ ଉପକାରାଗାର ଅଧିକାରୀ ମାନସ ରଞ୍ଜନ ସାମନ୍ତ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଏହି କଏଦୀ ନୃସିଂହ ନାଥ ସାମଲ ଜଣେ ଦୁଷ୍କର୍ମ ଅଭିଯୁକ୍ତ । କରୋନା କଟକଣା ଯୋଗୁଁ ସେ ଗତ ମାର୍ଚ୍ଚ ୨୩ ତାରିଖରେ ଚୌଦ୍ବାର କାରଗାରରୁ ଏଠାକୁ ଆସିଥିଲେ।
ସୋମବାର ଦିନ ପ୍ରାୟ ଗୋଟାଏ ୩୦ମିନିଟ୍ ପର୍ୟ୍ୟନ୍ତ ଜେଲ୍ ମଧ୍ୟରେ ଥିଲେ। ହେଲେ ସନ୍ଧ୍ୟା ଗଣତିରେ ଜଣା ପଡିଥିଲା କଏଦୀ ନୃସିଂହ ନାଥ ଜେଲ୍ ମଧ୍ୟରେ ନାହିଁ । ଜେଲର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତେ କଡା ସୁରକ୍ଷା ଜେଲ୍ ମଧ୍ୟରେ ଥାଇ କିପରି ଚମ୍ପଟ ମାରିଲା, ଦୁଷ୍କର୍ମ ମାମଲାରେ ୭ ବର୍ଷ ଜେଲ୍ କାଟୁଥିଲେ କଏଦୀ ।
Comments are closed, but trackbacks and pingbacks are open.