ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀକ୍ଷେତ୍ରରେ ଚଳଞ୍ଚଳ ହୋଇଛି ରଥଖଳା । ବିଳମ୍ବରେ ହେଲେ ମଧ୍ୟ ଶୁକ୍ରବାରଠାରୁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଚି । ବିଶ୍ୱକର୍ମାମାନେ ରଥଖଳାରେ ଉପସ୍ଥିତ ରହି କାମ ଆରମ୍ଭ କରିଛନ୍ତି । ଶୁକ୍ରବାର ତୁମ୍ବ ନିର୍ମାଣ କାମ ଆରମ୍ଭ ହୋଇଛି । ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ । ରଥ ଖଳରେ ବିଶ୍ୱକର୍ମର୍ାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା । ଲକ୍ଡାଉନ୍ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରତ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହେଉଛନ୍ତି । ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି । ରଥଖଳରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି । ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ, ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଜଣେ ରୂପକାର ସେବାୟତ କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ସବୁ ଚାଲିଛି । ଶୁକ୍ରବାର ତୁମ୍ବ ଅନୁକୂଳ ହୋଇଛି, ତୁମ୍ବ କାର୍ଯ୍ୟ ମଧ୍ୟ ଚାଲିଛି ।
Comments are closed, but trackbacks and pingbacks are open.