ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ପୁଣି ଅଘଟଣ। ଲେଭଲ କ୍ରସିଂ ପାର ହେବା ବେଳେ ଚଳନ୍ତା ମାଲଗାଡିରୁ ଅଲଗା ହୋଇଗଲା ଡବା। ଆଜି ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା। କେତେକ ଡବା ଅନ୍ୟ ଡ଼ବାରୁ ବିଛିନ୍ନ ହୋଇଥିବା ଜାଣିପାରି ମାଲଗାଡି ଡ୍ରାଇଭର ଟ୍ରେନ ରୋକି ଦେଇଥିଲେ।
ଡବାକୁ ଡ଼ବା ଯୋଡାଯିବା ପରେ ଟ୍ରେନ ଚାଲିଥିଲା। ଏହି ପ୍ରକ୍ରିୟାରେ ଲେଭଲ କ୍ରସିଂ ୨ ଘଣ୍ଟା ବନ୍ଦ ରହିଥିଲା। ଏଥିଯୋଗୁଁ ସ୍ଥାନୀୟ ଲୋକମାନେ ବେଶ ହଇରାଣ ହୋଇଥିଲେ।
ଦିନ ପୂର୍ବରୁ ରାଜଗାଙ୍ଗପୁର ଷ୍ଟେସନରେ ପାଟନା ବିଳାଶପୁର ସପ୍ତାହିକ ସୁପରଫାଷ୍ଟ ଟ୍ରେନ ନ ଅଟକିବାରୁ ଷ୍ଟେସନ ମାଷ୍ଟର ସସପେଣ୍ଡ ହୋଇଥିଲେ।
Comments are closed, but trackbacks and pingbacks are open.