ଚାଉଳ ଚୋରି ମାମଲାରେ ଆଉ ଜଣେ ଗିରଫ

Get real time updates directly on you device, subscribe now.

ଜୟପୁର: ଅନ୍ତା ପଞ୍ଚାୟତ ଗୋଦାମରୁ ପିଡିଏସ୍ ଚାଉଳ ଚୋରି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସଦର ପୁଲିସ୍ । ସେ ହେଲା ଅନ୍ତାର ଅଜିତ ବାଘ(୨୩) । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଏ ପର୍ଯ୍ୟନ୍ତ ମାମଲାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବର ୭ରେ ଅନ୍ତା ପଞ୍ଚାୟତ ଗୋଦାମରେ ଗଚ୍ଛିତ ଥିବା ୫୩ ପ୍ୟାକେଟ୍ ଚାଉଳ ଚୋରି ହୋଇଥିଲା । ଏ ସମ୍ପର୍କରେ ପିଇଓ ୯ ତାରିଖରେ ଲିିଖିତ ଅଭିଯୋଗ କରିଥିଲେ । ସେହିମାସ ୩୦ ତାରିଖରେ ଅନ୍ତାର ଧର୍ନୁଜୟ ନାୟକ(୨୨) ଏବଂ ଜୟରାମ ପୂଜାରୀ(୨୫)ଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ୭ କ୍ୱିଣ୍ଟାଲ ୫୦୦ ଗ୍ରାମ୍ ଚୋରି ଚାଉଳ ଜବତ କରାଯାଇଥିଲା । ଗତ ୧ ତାରିଖରେ ଜିତୁ ପାତ୍ର(୨୩) ଏବଂ କୁମର ବିଶୋୟୀ(୨୭)ଙ୍କୁ ଗିରଫ କରାଯାଇଥିଲା । ମାମଲାର ଶେଷ ଅଭିଯୁକ୍ତକୁ ଆଜି ସକାଳେ ଗିରଫ କରାଯାଇଥିଲା । ଏଏସ୍ଆଇ ଗଣେଶ ପ୍ରସାଦ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons