ବାଲେଶ୍ୱର,(ବି.ବି.ନୁ୍ୟଜ୍): ଜଣେ ନକଲି ଟ୍ରାଭେଲିଂ ଟିକଟ ଏକ୍ଜାମିନର(ଟିଟିଇ) ବୁଧବାର ଧରାପଡ଼ିଛି । ନିଜକୁ ଟିଟିଇ ପରିଚୟ ଦେଇ ବିନା ଟିକେଟ୍ରେ ସେ ଟ୍ରେନ୍ରେ ଯାତ୍ରା କରୁଥିଲା । ଜଣେ କାର୍ଯ୍ୟରତ ଟିଟିଇ ତାକୁ ଧରି ବାଲେଶ୍ୱର ଜିଆର୍ପିକୁ ହସ୍ତାନ୍ତର କରିଥିଲେ । ଧରାପଡ଼ିଥିବା ନକଲି ଟିଟିଇ ଜଣକ ହେଲେ ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ପାଞ୍ଚକୁଡ଼ା ଅଞ୍ଚଳର ମାଫିଜୁଲ ମଲ୍ଲିକ(୨୪) । ତାକୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛି । ଚାକିରି ଦେବା ନାଁରେ ଠକେଇ କରୁଥିବା ର୍ୟାକେଟ୍ରେ ତା’ର ସଂପୃକ୍ତି ଥିବା ପୁଲିସ ସନେ୍ଦହ କରୁଛି ।
ସୂଚନା ଅନୁସାରେ, ସାଲିମାର-ସିକନ୍ଦରାବାଦ୍ ଏକ୍ସପ୍ରେସ୍ରେ ବୁଧବାର ମାଫିଜୁଲ ଯାତ୍ରା କରୁଥିଲା । ଟିଟିଇ ଟିକଟ୍ ଯାଞ୍ଚ୍ କରୁଥିବା ବେଳେ ତାଙ୍କର ପରିଚୟ ପଚାରିଥିଲେ । ମାଫିଜୁଲ ନିଜକୁ ‘ଟିଟିଆଇସି’ ବୋଲି ପରିଚୟ ଦେଇଥିଲା । ତାଙ୍କ ଉତ୍ତର ଶୁଣି ସନେ୍ଦହ ହେବାରୁ କାର୍ଯ୍ୟରତ ଟିଟିଇ ତା’ ଚାକିରି ସ୍ଥାନ ସଂପର୍କରେ ପଚାରିଥିଲେ । ମାଫିଜୁଲ ମଞ୍ଚେଶ୍ୱରରେ ଚାକିରି କରୁଥିବା କହିଥିଲା । ରେଳ ବିଭାଗରେ ‘ଟିଟିଆଇସି’ ପଦବି ନ ଥିବା ବେଳେ ମଞ୍ଚେଶ୍ୱରରେ କୌଣସି ଟିଟିଆଇ ଚାକିରି କରୁ ନଥିବା ଟିଟିଇ ଜାଣିବାକୁ ପାଇଥିଲେ । ଫଳରେ କାର୍ଯ୍ୟରତ ଟିଟିଇ ତା’ ବ୍ୟାଗ୍ ଯାଞ୍ଚ୍ କରିଥିଲେ ।
ଯାଞ୍ଚ୍ ବେଳେ ସେ ନକଲି ପରିଚୟ ପତ୍ର ରଖିଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ବାଲେଶ୍ୱର ଷ୍ଟେସନକୁ ଅଣାଯାଇ ତା’ର ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକଯୁବତୀଙ୍କ ଆବେଦନପତ୍ର ତା’ ପାଖରୁ ଜବତ ହୋଇଥିଲା । କେବଳ ଏତିକି ନୁହେଁ, ତାଙ୍କ ପାଖରୁ ୫୦ରୁ ଊଦ୍ଧ୍ୱର୍ ବଣ୍ଡ୍ ପେପର ମଧ୍ୟ ଜବତ କରାଯାଇଥିଲା । ତା’ ପାଖରୁ ରେଳ ବିଭାଗରେ ଚାକିରି କରାଇ ଦେବା ପାଇଁ ବେକାର ଯୁବକଯୁବତୀଙ୍କ ଆବେଦନପତ୍ର ମଧ୍ୟ ମିଳିଥିଲା ।
ସମ୍ପ୍ରତି ରେଳ ବିଭାଗରେ ଚାକିରି କରାଇଦେବା ଆଳରେ କିଛି ର୍ୟାକେଟ୍ ଯୁବକଯୁବତୀଙ୍କୁ ଠକୁଛନ୍ତି । ସେମାନେ ଆବେଦନକାରୀଙ୍କ ସହ ବଣ୍ଡ ପେପରରେ ଚୁକ୍ତି କରୁଛନ୍ତି । ପରେ ନକଲି ନିଯୁକ୍ତିପତ୍ର ଦେଉଛନ୍ତି । ପରବର୍ତ୍ତୀ ସମୟରେ ଯେଉଁ ଆବେଦନକାରୀ ଟଙ୍କା ଦେଉନାହାନ୍ତି, ସେମାନଙ୍କ ନାଁରେ ଏହି ର୍ୟାକେଟ୍ର ସଦସ୍ୟମାନେ କେସ୍ ଧମକ ଦେଇ ଟଙ୍କା ଆଦାୟ କରୁଛନ୍ତି । ରେଳ ବିଭାଗ ନିକଟକୁ ଏଭଳି ବହୁ ଅଭିଯୋଗ ଆସୁଛି । ମାଫିଜୁଲ ନିକଟରୁ ସେହିଭଳି ନକଲି କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ତେଣୁ ମାଫିଜୁଲର ସମ୍ପର୍କ ଇକ୍ତ ର୍ୟାକେଟ୍ ସହ ଥାଇପାରେ ବୋଲି ସନେ୍ଦହ କରାଯାଉଛି । ଏନେଇ ରେଳବାଇ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଜିଆର୍ପି ପକ୍ଷରୁ ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.