ମାଲକାନଗିରି, (ବି.ବି.ନୁ୍ୟଜ୍): ଗରିବଙ୍କ ପିଡିଏସ୍ ଚାଉଳ ହଡପ । ଟ୍ରକ୍ ଯୋଗେ ଚାଲାଣ ବେଳେ ଜଣେ ବ୍ୟବସାୟୀ ଗାଁ ଲୋକଙ୍କ ହାତରେ ଧରାପଡିଛନ୍ତି । ଜବତ ହୋଇଛି ୧୧୩ ବସ୍ତା ଚାଉଳ । ଏହାପରେ ଯୋଗାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ସହିତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାଉଳ ଚାଲାଣ ସମ୍ପର୍କରେ ଆରମ୍ଭ କରିଛନ୍ତି ଖୋଳତାଡ଼ । ବିଶେଷକରି ଏହି ଚାଉଳ କେଉଁଠୁ ଏବଂ କୁଆଡେ଼ ଯାଉଥିଲା, ତାହାର ତଦନ୍ତ ଜାରି ରହିଛି ।
ମିଳିଥିବା ସୂନଚା ଅନୁଯାୟୀ, ପଡିଆ ବ୍ଲକ୍ ଶିମିଳିବା‚ା ପଞ୍ଚାୟତର ଭଲମପାଲ୍ଲୀ ଏବଂ ଏମ୍ଭି-୬୦ ଗାଁରୁ ଓଡି-୩୦-୫୬୩୭ ନମ୍ବର ଥିବା ଏକ ଭ୍ୟାନ୍ରେ ଏହି ଚାଉଳ ଚାଲାଣ କରାଯାଉଥିଲା । କାଞ୍ଚନପାଲ୍ଲୀ ଗାଁ ନିକଟରେ ଏମ୍ଭି-୬୦ ଗାଁର ରାଖାଲ ଭକ୍ତା, ଅସୀମ ବିଶ୍ୱାସ, ନିରଞ୍ଜନ ମଣ୍ଡଳ, ଧନଞ୍ଜୟ ଗାଇନି, ସୁକୁ ହାଲ୍ଦାର, ଭୁସେନ ଭକ୍ତ ପ୍ରମୁଖ ଗାଡିଟିକୁ ଅଟକାଇଥିଲେ । ଗାଡି ଡାଲାରେ ୧୧୩ ବସ୍ତା ପିଡିଏସ୍ ଚାଉଳ ଥିବା ଦେଖିବାକୁ ପାଇଥିଲେ । ଏହି ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଯାଉଛି ବୋଲି ଡ୍ରାଇଭରକୁ ପଚାରିଥିଲେ । ଗାଡି ମାଲିକ ମାଲକାନଗିରିର କମଲ ଗାନ୍ଧି ଏବଂ ସେ ଏହି ଚାଉଳ ଶିମିଳିବା‚ା ପଞ୍ଚାୟତରୁ ସଂଗ୍ରହ କରିଥିବା ସୂଚନା ଦେଇଥିଲେ । ଏହାପରେ ଯୁବକମାନେ ଗାଡିÿଟିକୁ ଅଟକ ରଖି ପଡିଆ ବିଡିଓ ଏବଂ ଜିଲ୍ଲା ଯୋଗାଣ ବିଭାଗକୁ ଜଣାଇଥିଲେ ।


Comments are closed, but trackbacks and pingbacks are open.