ଚାଲିଗଲେ ସଙ୍ଗୀତ ସାଧକ ବିନୁ ସୁନା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଆଉ ଶୁଭିବନି ତାଙ୍କ ଉଚ୍ଚକୋଟୀର ସଙ୍ଗୀତ । ଦେଖିବାକୁ ମିଳିବନି ତାଙ୍କର ନିଖୁଣ ସଙ୍ଗୀତର ନିଦେ୍ର୍ଧଶନା । ରଚିତ ହୋଇପାରିନି ସାତ ସୂରର ଅଭିନବ ସଙ୍ଗୀତ । କାରଣ ସେ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ସଙ୍ଗୀତର ମଞ୍ଚକୁ । ତାଙ୍କ ଅବର୍ତ୍ତମାନରେ ନିରବି ଯାଇଛି ସଙ୍ଗୀତ ମଞ୍ଚ । ସେଭଳି ଅପ୍ରତିଦ୍ୱନ୍ଦୀ ଏକାଧିକ ପ୍ରତିଭାର ଅଧିକାରୀ ତଥା ସଙ୍ଗୀତ ନିଦେ୍ର୍ଧଶକ ବିନୟ ଆନନ୍ଦ ସୁନା (ବିନୁ, ୫୬ ବର୍ଷ) ଆଉନାହାନ୍ତି ।
ସେ କିଛିଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୧୧ଟା ୪୫ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଥିଲେ ଏମିତି ଜଣେ ସଙ୍ଗୀତ ସାଧକ, ଯାହାଙ୍କ ବିଚକ୍ଷଣ ପ୍ରତିଭା ଦୀର୍ଘ ଦୁଇ ଦଶନ୍ଧି ଧରି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ସାରା ଓଡ଼ିଶାର ସଙ୍ଗୀତ ପ୍ରେମୀକୁ ବାନ୍ଧି ରଖିଥିଲା । ଏଭଳିକି ତାଙ୍କର ସଙ୍ଗୀତ ନିଦେ୍ର୍ଧଶନାରେ ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କୁ ମଧ୍ୟ ଗୀତ ଗାଇବାକୁ ପଡ଼ିଥିଲା । ତାଙ୍କ ସାଥି ତଥା ଓଡ଼ିଆ ଚଳଚ୍ଚିତ୍ର ନିଦେ୍ର୍ଧଶକ ସୁରେଶ ମହାନ୍ତିଙ୍କ ନିଦେ୍ର୍ଧଶିତ ଓଡ଼ିଆ ଟିଭି ସିରିଏଲ୍ର ଞ୍ଚନ ଦେଖିଲା ଲୋକେ ଦେଖ’ ଧାରାବାହିକର ସଙ୍ଗୀତ ନିଦେ୍ର୍ଧଶନା ଦେଇଥିଲେ ବିନୁ ସୁନା । ସେଭଳି ଓଡ଼ିଆ ଟିଭି ଧାରାବାହିକ ସକାଳର ଅପେକ୍ଷାରେ, ବୋହୂ, ଶ୍ରାବଣୀ ଓ ଟେଲିଫିଲ୍ମ ଶେଷ ଇଚ୍ଛା, ପାଣି ମାରିଗଲା ଝାଇଁ ଆଦି ଧାରାବାହିକରେ ସଙ୍ଗୀତ ନିଦେ୍ର୍ଧଶନା ଦେଇଥିଲେ । ସେଭଳି ଓଡ଼ିଆ ଫିଲ୍ମ ‘ଅଧିକାର’ରେ ମଧ୍ୟ ସଙ୍ଗୀତ ନିଦେ୍ର୍ଧଶନା ଦେଇଥିଲେ । ଅନେକ ଓଡ଼ିଆ ଆଲବମ୍ର ସଙ୍ଗୀତ ରଚନା କରିଥିଲେ । ଏକାଧିକ ପ୍ରତିଭାର ଅଧିକାରୀ ବିନୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ କଳାକାରଙ୍କର ସୃଷ୍ଟି କର୍ତ୍ତା । କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ନୁହେଁ, ମହାନଗର ଭୁବନେଶ୍ୱରରେ ଅନେକ କଳାକାର ସୃଷ୍ଟି କରିପାରିଥିଲେ ସେ । ପିଲାବେଳରୁ ସଙ୍ଗୀତକୁ ନିଶା ଭାବେ ଗ୍ରହଣ କରି ନେଇଥିଲେ । ଏଭଳି ଜଣେ କଳାକାରଙ୍କୁ ହରାଇ ସଙ୍ଗୀତ ଜଗତ ପୂରା ସ୍ତବ୍ଧ । ତାଙ୍କ ବିୟୋଗରେ କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ ସାରା ଅବିଭକ୍ତ କୋରାପୁଟ ଜିଲ୍ଲାର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons