ବୀରମିତ୍ରପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜୋକେତା କଲୋନିପଡ଼ାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୧୧ଜଣ ଜୁଆଡିଙ୍କୁ ଗିରଫ କରିଛି । ଏହାସହ ୧୧ଟି ନାମଦାମୀ କମ୍ପାନୀର ମୋବାଇଲ ଜବତ କରିବା ସହ ୫୭୯୬୦ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ ସ୍କୁଟି ଓ ଦୁଇଟି ବାଇକ୍ ସମେତ ଆଠ ପ୍ୟାକେଟ ତାସ ପତ୍ତା ମଧ୍ୟ ଜବତ କରିଛି । ଗିରପ ହୋଇଥିବା ଜୁଆଡିମାନେ ହେଲେ ଗଣେଶ୍ୱର ଇନ୍ଦର (୪୩), ଗୌତମ ବଡାଇକ୍ (୩୫), ଅଜିତ ବେକ୍ (୩୦), ଦୀପ୍ ନାରାୟଣ ସାହୁ (୪୩), ଓ କ୍ରୀଷ୍ଣ ଲାଖୁଆ (୪୧), ବିକାଶ ସିଂହ (୩୩) ଓ ରମେଶ ସାହୁ (୩୪), ବସନ୍ତ ସାହୁ (୩୮) ଓ ଶିବି ପ୍ରସାଦ ସାହୁ (୩୮), କୋଝା ଗୋଡାକ (୪୨) ଓ ଟଙ୍କଧର ସାହୁ (୩୯) । ମିଳିଥିବା ସୂଚନା ଅନୁସାରେ କଲୋନି ପଡ଼ାରେ ଜୁଆ ଆଡ୍ଡା ଚାଲିଥିବା ପୋଲିସ ଖବର ପାଇଥିଲା । ଗତକାଲି ବୀରମିତ୍ରପୁର ଏସଡିପିଓ ନିବେଦିତା ସୋରେନଙ୍କ ଅଧ୍ୟକ୍ଷତାରେ ପୋଲିସ ଟିମ୍ ଜୁଆ ଆଡ୍ଡା ଉପରେ ଚଢ଼ୁଉ କରିଥିଲା ।
Comments are closed, but trackbacks and pingbacks are open.