ରାଉରକେଲା,(ବି.ବି.ନୁ୍ୟଜ୍): କରୋନା ମହାମାରୀ ଭୟକୁ ବଳି ଯାଉଛି ଭୋକର ଜ୍ୱଳା । କରୋନା ରୋକିବାକୁ ସରକାର ଲକ୍ଡାଉନ୍ ବଢ଼ାଇ ଚାଲିଥିବା ବେଳେ କାମ ନ ପାଇ ବହୁ ଲୋକ ହାତ ଟେକି ବସିଛନ୍ତି । ଏପରି ସ୍ଥିତିରେ ଘର ମୁହାଁ ଶ୍ରମିକ ବିପଦଜନକ ଭାବେ ମାଇଲ ମାଇଲ ବାଟ ଚାଲିବାକୁ ପଛାଉ ନାହିଁ । ପେଟରେ ଦାନା ନ ଥିବା ବେଳେ ପାଦ ଆଗକୁ ବଢ଼ାଇବାକୁ ବଳ ଜୁଟାଇ ପାରୁ ନଥିବା ଦାଦନ ବହୁ ସମୟରେ ବାଟ ସରିବା ଆଗରୁ ଆଖି ବୁଜି ଦେଉଛି । କେତେବେଳେ ମର୍ମନ୍ତୁଦ ଦୁର୍ଘଯଣାରେଆଖି ବୁଜୁଛି ଶ୍ରମିକ ତ କେତେବେଳେ ଚାଲୁ ଚାଲୁ ବାଟରେ ଟଳି ପଡୁଛି । ଏପରି ହୃଦୟଥରା ଚିତ୍ର ପ୍ରତିଦିନ ସାମ୍ନାକୁ ଆସିବା ପରେ ଦାଦନଙ୍କ ପ୍ରତି ଯନôବାନ ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାପରେ ଓଡ଼ିଶା ସୀମାରେ ପ୍ରବେଶ କରୁଥିବା ଶ୍ରମିକଙ୍କ ଖାଇବା, ପିଇବା ବ୍ୟବସ୍ଥା ସହ ଗନ୍ତବ୍ୟ ସ୍ଥଳରେ ନେଇ ଛାଡ଼ିବାକୁ ନିଦେ୍ର୍ଧଶ ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଶନିବାର ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ପୁରୁଲିଆକୁ ଯାଉଥିବା ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପୋଲିସ ଉଦ୍ଧାର କରିଛି । ପୁରୁଲିଆକୁ ଚାଲି ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପ୍ଲାଣ୍ଟସାଇଟ ବଣିଆ ଗେଟ ନିକଟରେ ପୋଲିସ ସେମାନଙ୍କୁ ଅଟକାଇ ନିକଟରେ ଥିବା ଆଶ୍ରୟ ସ୍ଥଳୀରେ ରଖିଥିଲେ । ପରେ ଏକ ବସ୍ ଯୋଗେ ଏହି ଶ୍ରମିକମାନଙ୍କୁ ପୁରୁଲିଆ ପଠାଇବାକୁ ପୋଲିସ ବ୍ୟବସ୍ଥା କରୁଛି । ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ସହାନୁଭୂତି ଦେଖାଇ ଖାଦ୍ୟପେୟ ସହ ସେମାନଙ୍କ ରାଜ୍ୟରେ ସୀମାନ୍ତରେ ଛାଡିବାକୁ ପୋଲିସ ଡିଜିପି ଅଭୟ ନିଦେ୍ର୍ଧଶ ଦେବା ପରେ ରାଉରକେଲା ପୋଲିସ ଏହାପ୍ରଥମ ପଦକ୍ଷେପ ।
Comments are closed, but trackbacks and pingbacks are open.