ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଚାଷ ଜମିରେ ଅମଳ ଧାନ ଜଗିଥିଲେ । ଚାଷୀକୁ କଚାଡ଼ି ମାରିଲା ଦନ୍ତା ହାତୀ । ଦନ୍ତା ହାତୀ ପଦରେ ଦଳି ଦେଇଛି । ମୃତ ଚାଷୀ ଆଲୁ ନାଛିଆ(୬୫) । ଆହୁରି ୨ ଜଣ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ବୁଢା କିଆରି ଗ୍ରାମରେ ଘଟିଛି ଏହି ଦୁର୍ଘଟଣା । ଜଙ୍ଗଲ ବିଭାଗ କର୍ମଚାରୀ ଓ ପରିବାର ଲୋକ ମୃତ ଚାଷୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସୋମବାର ରାତି ୨ଟା । ଗାଁ ସାରା ଲୋକ ଶୀତୁଆ ରାତିରେ ନିଘୋଡ଼ ନିଦରେ ଶୋଇଥିଲେ । ରାତି ପାହିବା ପରେ ଏହି ଘଟଣାଚହଳ ପକାଇଥିଲା । ଘଟଣା ସ୍ଥଳକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା । ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ଉତ୍ତ୍ୟକ୍ତ ଲୋକ ଦିଗପହଣ୍ଡି-ଚିକିଟି ରାସ୍ତାକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ଅମଳ କରିଥିବା ଧାନକୁ ମାସ ମାସ ଧରି ଜମିରେ ଜଗି ରହି ଶେଷରେ ହାତୀ ମୁହଁରେ ଜୀବନ ଗଲା ବୋଲି ଉତ୍ତ୍ୟକ୍ତ ଚାଷୀ ପ୍ରତିବାଦ କରି ରାସ୍ତାରୋକ ଆନେ୍ଦାଳନ କରିଥିଲେ । ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଉତ୍ତେଜିତ ଲୋକ ଘେରିଯାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ମଣ୍ଡିରେ ଧାନ ବିକ୍ରି ନହେଲେ ଆନେ୍ଦାଳନ ତୀବ୍ର କରିବାକୁ ଚେତବାନୀ ଦେଇଥିଲେ ଭି. ଋବିନାରାୟଣ ରାଜୁ, ପ୍ରଫୁଲ କୁମାର ପଣ୍ଡା, ପରେଶ ଚନ୍ଦ୍ର ରଥ, କୁରେଶୁ ମହାରଣା, ପି.କ୍ରିଷ୍ଣାମା । ସେମାନଙ୍କ ଦାବି ଜିଲ୍ଲାପାଳଙ୍କୁ ଅବଗତ କରାଇ ପଦକ୍ଷେପ ନେବେ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।
ଦିଗପହଣ୍ଡି ପଲିସ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା । ଘଟଣାର ପାରିପାଶ୍ୱର୍କ ଅବସ୍ଥାକୁ ଅନୁଧ୍ୟାନ କରି ତଦନ୍ତ କରିଛି । ବ୍ୟବଛେଦ ରିପୋର୍ଟ ଓ ପୁଲସିର ତଦନ୍ତ ରିପୋର୍ଟକୁ ଆଧାର କରି ମୃତକ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି । ଦନ୍ତା ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିିର୍ ଯାଇଥିବା ଜଣେ ଚାଷୀ କେ. ଅରକ୍ଷିତ ପାତ୍ର କହିଛନ୍ତି ଯେ ସେମାନେ ଭାଗଚାଷୀ । ଗତ ୧୫ ଦିନ ହେଲା ତାଙ୍କର ଧାନ ଅମଳ ହୋଇ ଖଳାରେ ରହିଛି । ମଣ୍ଡିରୁ ଟୋକେନ୍ ମିଳିନାହିଁ । ଏଣୁ ଧାନ ବିକ୍ରି କରିନପାରି ଖଳାରେ ଜଗି ରହିଥିଲେ । ଜମି ପାଖରେ ଏକ କୁଡ଼ିଆ ଘର କରିଥିଲେ । ଘଟଣା ଦିନ ଗୋଟିଏ ଷଣ୍ଢ ରାତ୍ର ୧୨ଟାରେ ଧାନ ଖାଇବା ପାଇଁ ଆସିଥିଲା । ଷଣ୍ଢକୁ ଘଉଡ଼ାଇ ଦେଇ ପୁଣି କୁଡ଼ିଆରେ ଶୋଇଥିଲେ । ସେତେବେଳକୁ ରାତି ପ୍ରାୟ ୨ଟା । ଏହି ସମୟରେ ସମ୍ପୃକ୍ତ ଦନ୍ତା ଖଳାରେ ପଶି ଧାନ ଖାଇଥିଲା । ଧାନ ଖାଇବା ଶଦ୍ଧ ଶୁଣି ନାଛିଆ ଓ ଅରକ୍ଷିତ କାଳେ ଷଣ୍ଢଟି ପୁଣି ଫେରି ଆସିଥିବ ଭାବି ଘଉଡ଼ାଇବାକୁ ପଦାକୁ ଆସିଥିଲେ । ନାଛିଆ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲା । ଶୁଣ୍ଢରେ ଟେକି କଚାଡ଼ିବା ପରେ ଦଳି ଦେଇଥିଲା । ଭୟରେ ଅରକ୍ଷିତ ଦୌଡ଼ି ପଳାଇଥିଲେ । ଏହି ଘଟଣା ସମ୍ପର୍କରେ ପରିବାର ଓ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ ।
Comments are closed, but trackbacks and pingbacks are open.