ଚାଷୀକୁ ୧୫ ଲକ୍ଷ କୋଟି ଋଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଋଣ । ପ୍ରତ୍ୟେକ ବର୍ଷ ସେମାନେ ପାଣ୍ଠି ଅଭାବର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଆହୁରି ଅଧିକ ଋଣ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ସରକାର ହୃଦୟଙ୍ଗମ କରିଛନ୍ତି । ଏଥିପାଇଁ ୨୦୨୦-୨୧ ବଜେଟ୍ରେ କୃଷି ଋଣ ଲକ୍ଷ୍ୟ ୧୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଗତବର୍ଷ ଏହା ୧୩.୫ ଲକ୍ଷ କୋଟି ଟଙ୍କା ରହିଥିଲା । ଗତ ୫ ବର୍ଷ ମଧ୍ୟରେ କୃଷି ଋଣ ଅଭିବୃଦ୍ଧି ୧୨% ହାରରେ ବୃଦ୍ଧି ଘଟିଛି । ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବେ ବି ସୁଲଭ କୃଷିଋଣଠାରୁ ବହୁ ଦୂରରେ ଅଛନ୍ତି । ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ ଚାଷ ସଂକ୍ରାନ୍ତ ନିବେଶ ଋଣରେ ସ୍ୱଳ୍ପ ମିଆଦୀ ଚାଷ ଋଣ ଭାଗ ୨୦୦୦ରେ ୫୧:୪୯ ରହିଥିଲା । ୨୦୧୮ରେ ଏହା ୭୫:୨୫କୁ ବୃଦ୍ଧି ପାଇଛି । ଅଗ୍ରାଧିକାର କ୍ଷେତ୍ର ଋଣ ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବେ ବୋଲି ଆଶା କରାଯାଉଛି । ମୋଟାମୋଟି ଭାବେ ବ୍ୟାଙ୍କଗୁଡ଼ିକ କୃଷି ଋଣ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଛନ୍ତି । କିନ୍ତୁ ଏକ ବୃହତ୍ ଅଂଶ ଚାଷୀ ଏବେ ବି ଏଥିରୁ ବଞ୍ଚିତ ଅଛନ୍ତି । ପିଏସ୍ଏଲ୍ ରିଟର୍ଣ୍ଣ (୨୦୧୫-୧୬) ସୂଚନା ଅନୁସାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଗରେ ଆକାଉଣ୍ଟ ସଂଖ୍ୟା ୫,୧୩,୮୮,୨୫୭ ରହିଛି । କିନ୍ତୁ ମୋଟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସଂଖ୍ୟା ୧୨,୫୬,୩୫,୦୦୦ ରହିଛି । ଏହାର ଅର୍ଥ ଦେଶର ମାତ୍ର ୪୧% କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଋଣ ମିଳିପାରୁଛି ।
ଚାଷୀମାନେ କଠିନ ପରିଶ୍ରମ କରି ପର୍ଯ୍ୟାପ୍ତ ପରିମାଣର ଉପôାଦନ କରୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ ଉପଯୁକ୍ତ ବଜାର ମିଳୁନଥିବାରୁ ସେମାନେ ନିଜ ଉପôାଦିତ ସାମଗ୍ରୀର ପାଉଣା ପାଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ବଜେଟ୍ରେ ‘କୃଷି ଉଡ଼ାଣ’ ସ୍କିମ୍ର ପ୍ରସ୍ତାବ ରଖିଛନ୍ତି । ଏହି ଯୋଜନାରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ କୃଷିଜାତ ଉପôାଦ ପହଞ୍ଚିବ । ରପ୍ତାନି ଉପରେ ଅଧିକ ଫୋକସ୍ କରାଯିବ । ଅଧିକରୁ ଅଧିକ ସାମଗ୍ରୀ ଯେମିତି ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରେ, ତାହା କୃଷି ଉଡ଼ାଣ ସ୍କିମ୍ ସୁନିଶ୍ଚିତ କରିବ । ପ୍ରସ୍ତାବ ମୁତାବକ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍ରେ କୃଷି ଉଡ଼ାଣ ଆରମ୍ଭ କରାଯିବ । ଏହାଦ୍ୱାରା ବିଶେଷକରି ଉତ୍ତର ପୂର୍ବ ଓ ଆଦିବାସୀ ଅଞ୍ଚଳର ଚାଷୀମାନେ ଉପକୃତ ହେବେ । ୨୦୧୬ରେ ମୋଦି ସରକାର ଗ୍ରାମୀଣ ସଂଯୋଗ ନିମନ୍ତେ ଉଡ଼ାଣ ସ୍କିମ୍ ଆରମ୍ଭ କରିଥିଲେ । ଏହାଦ୍ୱାରା ସହର ଓ ଗ୍ରାମ ମଧ୍ୟରେ ଯାତ୍ରୀ ପରିବହନ ସୁଗମ ହୋଇପାରିବ । ଏବେ ଏହି ସ୍କିମ୍ ଦ୍ୱାରା କୃଷିଜାତ ସାମଗ୍ରୀ ପରିବହନ ସମ୍ଭବ ହେବ ।
ଭାରତରେ ହେଉଥିବା ଅଧିକାଂଶ ଚାଷ ପାଇଁ ପାଣିର ବିଶେଷ ଆବଶ୍ୟକତା ରହିଛି । ତେଣୁ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ଉପରେ ସରକାର ଫୋକସ୍ କରିଛନ୍ତି । ଏଥର କୃଷି ଏବଂ ଜଳସେଚନ ଓ ଗ୍ରାମୀଣ ବିକାଶ ନିମନ୍ତେ ବଜେଟ୍ ୨୦୨୦-୨୧ରେ ୨.୮୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ସ୍ୱୟଂ ସହାୟକ ଗୋÂୀ ଦ୍ୱାରା ପରିଚାଳିତ ଭିଲେଜ୍ ଷ୍ଟୋରେଜ୍ ସ୍କିମ୍ ଦ୍ୱାରା ଚାଷୀ, ମହିଳାଙ୍କର କ୍ଷମତା ବୃଦ୍ଧି ପାଇବ । ସେମାନେ ପୁଣି ‘ଧାନ୍ୟ ଲକ୍ଷ୍ମୀ’ ମାନ୍ୟତା ଫେରିପାଇବେ । ସୀତାରମଣ କହିଛନ୍ତି, କିଷାନ ବୀମା ଯୋଜନା ଦ୍ୱାରା ଆମେ ୧୧ କୋଟି ଚାଷୀଙ୍କୁ ବୀମା ଯୋଗାଇ ଦେଇଛୁ । ଏହାବ୍ୟତୀତ ପିଏମ୍-କିଷାନ ଯୋଜନା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇଛି । ଜଳସେଚନ ପାଇଁ ଆମେ ୧୦୦ଟି ଜଳାଭାବ ସାମ୍ନା କରୁଥିବା ଜିଲ୍ଲାକୁ ଚିହ୍ନଟ କରି ବ୍ୟାପକ ପଦକ୍ଷେପ ନେବୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons