ଚାଷୀଙ୍କୁ ନୁହେଁ, ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବିରୋଧୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜନୈତିକ ଦଳର ନେତାମାନେ ଯେଉଁମାନେ ଚାଷୀଙ୍କ ସମସ୍ୟା କଥା ଉଠାଇଥିଲେ ସେମାନେ ଆବଶ୍ୟକ ସମୟରେ ଏହାକୁ ଅନ୍ୟ ଦିଗରେ ଭାବୁଛନ୍ତି । ବିରୋଧୀ ଦଳମାନେ କୃଷକଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ଦୁଃଖର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ ରାଜ୍ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଇଚ୍ଛା ସହ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସଂସ୍କାରମୂଳକ ପରିବର୍ତ୍ତନ କରି ଦେଶବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରୁଛନ୍ତି ।
ମୋଦି ସରକାର କୃଷକଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଲଗାତାର ନୂଆ ଉଦ୍ୟମ କରୁଛନ୍ତି । କିନ୍ତୁ କିଛି ରାଜନୈତିକ ଦଳ କୃଷି ସଂସ୍କାର ବିଧେୟକକୁ ବିରୋଧ କରି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ମୋଦି ସରକାରଙ୍କ ଅନ୍ନଦାତାଙ୍କ ପ୍ରତି କଲ୍ୟାଣ ସର୍ବୋପରି ରହିଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତୀୟ କଂଗ୍ରେସ ୨୦୧୪ ପରଠାରୁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଭଲ ପଦକ୍ଷେପଗୁଡ଼ିକୁ ବିରୋଧ କରିଆସୁଛି ଏବଂ ବିରୋଧ କରିବାର ଆଗରେ ରହିଛି କଂଗ୍ରେସ । ନିଜ ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ ନକରି ନିଜ ଦାୟିତ୍ୱରୁ ମଧ୍ୟ ଓହରୁଛି । ସଂସଦରେ କୃଷି ବିଲ୍ ପାରିତ ହେବା ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଅସଲ ମୁଖା ପଦାରେ ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କୃଷି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆମ କୃଷକଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସହ ସଶକ୍ତ କରିବ । ବିରୋଧୀ ଦଳର ଅନେକ ଚାଷୀଙ୍କ ନେତୃତ୍ୱ ନେଉଥିବା ନେତାଙ୍କ ଦ୍ୱାରା କୃଷି ବିଲ୍ ଉପରେ ଅପପ୍ରଚାର ସତ୍ତେ୍ୱ ୧୩୦ କୋଟି ଜନତା ପୁଣି ଥରେ ମିଥ୍ୟାପ୍ରଚାରକାରୀଙ୍କ ମୁଖା ଖୋଲିବେ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, କୃଷି ବିଲ୍ ୨୦୨୦ ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି । କିନ୍ତୁ ବାସ୍ତବରେ ଏହା ଭୁଲ୍ । ରାଜ୍ୟ ସରକାରଙ୍କ ଅଧୀନରେ ମଣ୍ଡିର ପରିଚାଳନା ଏବଂ ନିୟମ ପୂର୍ବଭଳି ଅପରିବର୍ତ୍ତିତ ରହିବ । ମାତ୍ର ଚାଷୀମାନେ ମଣ୍ଡି ବ୍ୟତୀତ ମଣ୍ଡି ବାହାରେ ବିକିବାକୁ ମଧ୍ୟ ସାମର୍ଥ୍ୟ ହେବେ । ଏହି ବିଲ୍ କୃଷକଙ୍କୁ ସଶକ୍ତ କରିବା ସହ କୃଷି ଭିତ୍ତିଭୂମିକୁ ମଜବୁତ୍ କରିବ ଏବଂ ଚାଷୀଙ୍କ ପାଇଁ ନୂଆ ବଜାର ସୃଷ୍ଟି ହେବ । ପାରିତ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ କିଛି ପ୍ରଭାବ ପଡ଼ିବ ନାହିଁ । ଏହି ବିଲ୍ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିବ । ଦେଶର ଚାଷୀଙ୍କ ଆୟ ବଢ଼ିବ ଏବଂ ସେମାନଙ୍କ ଜୀବନରେ ସୁପ୍ରଭାବ ପକାଇବ ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons