ଚାଷୀଙ୍କୁ ଭେଟିଲେ, ସ୍ଥିତି ପରଖିଲେ

Get real time updates directly on you device, subscribe now.

ଭଦ୍ରକ/ଯାଜପୁର,(ବି.ବି.ନୁ୍ୟଜ୍): କେନ୍ଦ୍ରର ୨ଜଣିଆ ଟିମ୍ ସହ ଓଡ଼ିଶାର ୨ଜଣ ପ୍ରତିନିଧି ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତି ଆକଳନ କରିିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ କୁମାର ବଶିଷ୍ଟଙ୍କ ନେତୃତ୍ୱରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଅମ୍ରିଶ ପାଲସିଂଙ୍କ ସହ ରାଜ୍ୟ କୃଷି ନିଦେ୍ର୍ଧଶକ ଏମ୍. ମୁଥୁକୁମାର ଏବଂ ଓଡ଼ିଶା ଜଳ ସମ୍ପଦ ବିଭାଗର ଉପଦେÂା ଯୁଗଳ କୁମାର ତ୍ରିପାଠୀ ସାମିଲ ଥିଲେ । ପ୍ରତିନିଧି ଦଳ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଦୁଇ ଜିଲ୍ଲାର ପ୍ରଶାସନ ସହ ଆଲୋଚନା କରିବା ପରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ବାଲେଶ୍ୱର ଜିଲ୍ଲା ଧାମନଗର ବ୍ଲକର ବୟାଙ୍ଗଡିହି ଓ କୋଠାର ଅଞ୍ଚଳକୁ ଯାଇ ସେଠାରେ କ୍ଷତିଗ୍ରସ୍ତ ଚାଷଜମି ଗୁଡ଼ିକର ପରିଦର୍ଶନ କରିବା ସହ ଶହେରୁ ଅଧିକ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଏଭଳି ବନ୍ୟା ଆଗରୁ କେବେ ହୋଇଥିଲା କି ନାହିଁ ପଚାରି ବୁଝିଥିଲେ । ଜମିରେ କେତେ ପାଣି ମାଡିଥିଲା ଓ ଏବେ କେଉଁ ଚାଷ କରାଯାଇପାରିବ ବୋଲି ଚାଷୀମାନଙ୍କୁ ପଚାରି ବୁଝିଥିଲେ ।
ସେହିପରି ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ଘଟିଥିବା ପ୍ରଳୟଙ୍କରୀ ବନ୍ୟାର ଅନୁଧ୍ୟାନ କରିଥିଲେ ଟିମ୍ । ଆଜି ଅପରାହ୍ଣରେ ରସୁଲପୁର ବ୍ଲକ ବ୍ରହ୍ମବରଦା ଲଙ୍କାସାହି ଘାଇ ଅଞ୍ଚଳକୁ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ସେମାନେ ଜିଲ୍ଲା ସଦରମହକୁମାରେ ପହଞ୍ଚôଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟାର ସ୍ଥିତି, କ୍ଷୟକ୍ଷତି ସଂପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟଟେସନ ମାଧ୍ୟମରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କମିଟିକୁ ବିସ୍ତୃତ ସୂଚନା ଦେଇଥିଲେ । କମିଟିର ସଦସ୍ୟମାନେ ବିବିଧ ପ୍ରଶ୍ନ ମାଧ୍ୟମରେ ଅଧିକ ତଥ୍ୟ ହାସଲ କରିଥିଲେ । ମୋଟ ଉପରେ ଜିଲ୍ଲାର ୩୧୧ ମଧ୍ୟରୁ ୨୫୮ ଟି ପଞ୍ଚାୟତର ୧୨୪୪ ଗାଁ ଓ ଯାଜପୁର ପୌରାଞ୍ଚଳ ପ୍ରଭାବିତ ହୋଇଥିଲା । ୮୨୦ ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୧୦ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିଲା । ଅପରପକ୍ଷରେ ୨୨୯୦୯ ପକ୍ଷୀ ସମ୍ପଦଙ୍କର କ୍ଷତି ଘଟିଥିଲା । ୫୩୬ ଟି ସ୍କୁଲ ଘର, ୨୨୭ ଟି ଅଙ୍ଗନୱାଡି ଗୃହ, ୩୪୫ ଟି ସରକାରୀ କୋଠାବାଡି, ୧୧ ଟି ଗ୍ରାମ୍ୟ ଜଳ ଯୋଗାଣର ବିଲଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୯୧.୭୨୫ କି.ମି. ରାସ୍ତା ୧୭୮ ଟି ବ୍ରିଜ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons