ଚାଷୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

ବେତନଟୀ, (ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୈଳାଶଚନ୍ଦ୍ରପୁର ଗ୍ରାମର ଜନୈକ ଚାଷୀଙ୍କ କ୍ଷତବିକ୍ଷତ ମୃତଦେହକୁ ବୁଧବାର ବିଲ ମଝିରୁ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ଗ୍ରାମର ମନୋରଞ୍ଜନ ମହାନ୍ତ(୫୦) । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ସନେ୍ଦହ କରୁଛି । ଘଟଣାଦିନ ଗା୍ରମର ଅନତି ଦୂରରେ ଏକ ଚାଷ ଜମିରେ ମନୋରଞ୍ଜନଙ୍କ କ୍ଷତବିକ୍ଷତ ମୃତଦେହକୁ ଦେଖି ଗ୍ରାମବାସୀ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ମନୋରଞ୍ଜନଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରି ହତ୍ୟା କରାଯାଇଥିବା ପାରିପାର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି । ଏନେଇ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁ କରାଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାର ଥାନାଧିକାରୀ ପର୍ଶୁରାମ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons