ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷୀମାନେ ହେଉଛନ୍ତି ଓଡ଼ିଶାର ବିକାଶର ସାରଥୀ । ଚାଷୀର ନିÂା ଓ ପରିଶ୍ରମ ଯୋଗୁ ଓଡ଼ିଶାର ସମ୍ମାନ ବଢ଼ିଛି । ଆଜି ଜନତା ମଇଦାନରେ ‘କୃଷି ଓଡିଶା’ ସମାରୋହକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ସମାରୋହକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀ ହେଉଛି ଦେଶର ଶକ୍ତି । ଅର୍ଥନୀତିର ଶକ୍ତି ବି । ଚାଷୀର ଉନ୍ନତି ହିଁ ଦେଶର ଗୌରବ ଓ ସ୍ୱାଭିମାନ ବଢ଼ାଇଥାଏ । ଚାଷୀର ଆୟ ବୃଦ୍ଧି ଉଦେ୍ଧଶ୍ୟରେ ଆଜି ନୂଆ କୃଷି ନୀତି ‘ସମୃଦ୍ଧି’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ନୂଆ କୃଷି ନୀତି ଚାଷୀର ଆୟ ବୃଦ୍ଧି କରିବ ବୋଲି ସେ ଦୃଢେ଼ାକ୍ତି କରିଛନ୍ତି ।
ନବୀନ ଚାଷୀଙ୍କ ଉଦେ୍ଧଶ୍ୟରେ ନିଜ ମନ କଥା ବଖାଣି କହିଥିଲେ, ମୁଁ ଚାହୁଁଛି ଆମ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ନୂଆ ନୂଆ ଟେକ୍ନୋଲୋଜି ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରହୁ । ମୁଁ ଚାହୁଁଛି, ଚାଷୀ ପରିବାର ସବୁବେଳେ ଆନନ୍ଦରେ ରହୁ । ଚାଷୀଙ୍କ ବିକାଶକୁ ସରକାର ସବୁବେଳେ ଫୋକସ୍ କରୁଛନ୍ତି । କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବଢ଼ାଇଛି । କୃଷିକୁ ଲାଭନଜକ ବୃତ୍ତି କରିବାକୁ ଚାଷୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କୃଷି କାର୍ଯ୍ୟକ୍ରମର ସୁଯୋଗ ନିଅନ୍ତୁ । ଚାଷୀମାନେ ରାଜ୍ୟ ବିକାଶର ସାରଥୀ ହୁଅନ୍ତୁ ବୋଲି ସେ କହିଥିଲେ ।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଏହି କାର୍ଯ୍ୟକ୍ରମର ଥିମ୍ ରହିଛି ‘ଲାଭଜନକ କୃଷି, ଚାଷୀଙ୍କୁ ମିଳିବ ଖୁସି’ । ଏଥର ମହୋତ୍ସବରେ ମାଣ୍ଡିଆକୁ ମାସ୍କଟ୍ ଭାବେ ରଖାଯାଇଛି । ମାଣ୍ଡିଆ ରାଜ୍ୟକୁ ନୂଆ ଦିଗ ଦେଇଛି । ୧୪ଟି ଜିଲ୍ଲାର ୭୦ ବ୍ଲକ୍ରେ ମାଣ୍ଡିଆ ଚାଷକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ମିଲେଟ୍ ମିଶନ ଏବେ ଅନ୍ୟ ରାଜ୍ୟ ପାଇଁ ମଡେଲ୍ ପାଲଟିଛି । ଖାଲି ମାଣ୍ଡିଆ ନୁହେଁ, ଧାନ, କ୍ଷୀର ଓ ମାଛ ଚାଷର ଉପôାଦନ ବଢ଼ିଛି । ଫଳରେ ଚାଷୀଙ୍କ ଆୟ ସାତଗୁଣ ବଢିଛି । ଚାଷୀ ଓ ଚାଷର ବିକାଶ ପାଇଁ ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ଆଣିଛନ୍ତି । ସ୍ୱତନ୍ତ୍ର କୃଷି ନୀତି ବି ଆସିଛି । ଏହି ନୀତି ଯୋଗୁ ଏବେ ଯୁବକମାନେ ଚାଷ କରିବାକୁ ଆଗେଇ ଆସୁଛନ୍ତି । ଆଗକୁ ସମାରୋହରେ ସଫଳ ଯୁବ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ସେ କହିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଡ.ସୌରଭ ଗର୍ଗ କହିଛନ୍ତି, ନୂଆ କୃଷି ପ୍ରଣାଳୀ ବିଷୟରେ ଚାଷୀଙ୍କୁ ଜ୍ଞାନ ବାଣ୍ଟିବାକୁ ୨୨୮ଟି ଷ୍ଟଲ୍ ଖୋଲିଛି । ପୁଷ୍ଟିକର ଖାଦ୍ୟକୁ ପ୍ରୋତ୍ସାହନ ଦେବାକୁ ମାଣ୍ଡିଆ ଉପôାଦନ ବଢ଼ିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହାକୁ ସାମିଲ କରାଯାଇଛି । ୨୦୧୮-୧୯ରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଛି । ଫଳରେ ୧୮୦୦ କୁଇଣ୍ଟାଲ ମାଣ୍ଡିଆ ଆଦାୟ ହୋଇଛି । ୧୨ଟି ଜିଲ୍ଲାର ୪୦ଟି ବ୍ଲକ୍ରେ କୃଷି ଉପôାଦନ କ୍ଲଷ୍ଟର କାମ କରୁଛି ।
କୃଷି ଉପôାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, କୃଷିର ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ । ଗତ ୨୦ବର୍ଷରେ କୃଷି କ୍ଷେତ୍ରରେ ରାଜ୍ୟ ଅନେକ ଆଗକୁ ଯାଇଛି । ଦିନ ଥିଲା ବାତ୍ୟା ଓ ବନ୍ୟା ସମୟରେ ଲୋକଙ୍କୁ ଚାଉଳ ଦେବାକୁ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହେଉଥିଲା । କିନ୍ତୁ ଗତ ଫାଇଲିନ୍ ସମୟରେ ଏହି ସମସ୍ୟା ନଥିଲା । ଓଡ଼ିଶା ଗତ ୭ ବର୍ଷରେ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି । କୃଷି ଉପôାଦନରେ ରାଜ୍ୟ ଜାତୀୟ ଅଭିବୃଦ୍ଧି ହାର ସହ ସମକକ୍ଷ ହୋଇଛି ବୋଲି ସେ କହିଥିଲେ ।
ଫିକିର ମହାସଚିବ ଦିଲ୍ଲୀପ ଚେନୋୟ ଏହି ସମାରୋହରେ ଯୋଗ ଦେଇଥିଲେ । ସେ କହିଥିଲେ, ଗତ ୧୬ବର୍ଷରେ କୃଷି କ୍ଷେତ୍ରରେ ଜିଡିପି ଅଭିବୃଦ୍ଧି ହାର ଦୁଇ ଗୁଣା ହୋଇଛି । ସରକାରଙ୍କ ଯୋଜନା ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିଛି । ମହିଳାଙ୍କୁ କୃଷି କ୍ଷେତ୍ରରେ ପ୍ରୋତ୍ସାହନ ଦିଆଯାଉଛି । ରାଜ୍ୟ ସରକାରଙ୍କ କୃଷି ମଡେଲକୁ ଅନ୍ୟ ରାଜ୍ୟ ପ୍ରୟୋଗ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରାଳୟର ସଚିବ ଛବିଳେନ୍ଦ୍ର ରାଉଳ କହିଥିଲେ, ତାଳଚେର ସାର କାରଖାନା କାମ ଆସନ୍ତା ୨୦୩୦ ସୁଦ୍ଧା ସରିବ । ଏହି ପ୍ରକଳ୍ପ ପାଇଁ ଏକ ଚୀନ୍ କମ୍ପାନୀକୁ ୮ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଦିଆଯାଇଛି । ଏଥିରେ ପ୍ରାୟ ୧୦ହଜାର ଲୋକେ ନିଯୁକ୍ତି ସୁଯୋଗ ପାଇବେ । ଫସଲ ଅଧିକ ଉପôାଦନରେ ମଧ୍ୟ ଏହା ସଫଳ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ ।
ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ବିଭାଗର ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ୧୦ଜଣ ସଫଳ ଚାଷୀଙ୍କୁ ମଧ୍ୟ ସେ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାରୋହରେ ଆସନ୍ତା ୫ଦିନ ଧରି ଚାଲିବ । ଏହି ୫ଦିନରେ ବିଭିନ୍ନ ଦିବସ ପାଳନ କରାଯିବ । ଚାଷୀଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେବାକୁ ଏଥିରେ ୨୨୮ଟି ଷ୍ଟଲ୍ ଖୋଲିଛି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କୃଷି ଉପôାଦ କମ୍ପାନୀ ଏଥିରେ ଭାଗ ନେଇଛନ୍ତି । ଆସନ୍ତା ୨୨ତାରିଖରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ସମବାୟ ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ହେବ । ୫୦୦ ବ୍ୟାଙ୍କ ଅଧିକାରୀ ଯୋଗ ଦେବେ । କୃଷକ ଓ କୃଷି କ୍ଷେତ୍ରକୁ କିଭଳି ଅଧିକ ପ୍ରୋତ୍ସାହନ ମିଳିବ ତା ଉପରେ ମାନସ ମନ୍ଥନ କରିବେ ।
Comments are closed, but trackbacks and pingbacks are open.