ଚାଷ କରୁଥିବା ସମୟରେ ପାଓ୍ବାର ଟ୍ରଲର ବାଜି ଚାଷି ଗୁରୁତର

Get real time updates directly on you device, subscribe now.

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁର ଗାଁରେ ପାଓ୍ବାର ଟ୍ରେଲର ଦୁର୍ଘଟଣା ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଚାଷୀ ଜଣଙ୍କ ହେଉଛନ୍ତି ବିଜୟ ଘଡେଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ବିଜୟ ଆଜି ନିଜ ବିଲରେ ପାଓ୍ବାର ଟ୍ରେଲର ଯୋଗେ ହଳ କରୁଥିବା ସମୟରେ ଗୋଟିଏ ବିଲରୁ ଅନ୍ୟ ବିଲକୁ ନେଉଥିବା ସମୟରେ ତାଙ୍କ ବାମଗୋଡରେ ମାଡ ହୋଇଥଲା । ଯାହାଫଳରେ ବିଜୟ ଘଡେଇ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କ ସ୍ବାସ୍ଥବସ୍ଥାରେ କ୍ରମାଗତ ଅବନତି ଯୋଗୁଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons