ଚାଷ ଜମି ପାଲଟିଲା ରଣକ୍ଷେତ୍ର

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ନୁ୍ୟଜ୍): ମାତ୍ର ୬ ଏକର ଜଙ୍ଗଲ ଜମିରେ ଚାଷକୁ ନେଇ ଗୋÂୀ ସଂଘର୍ଷ । ଦୁଇ ଗୋÂୀ ମଧ୍ୟରେ ମାରପିଟ ଲାଗି ୧୨ଜଣ ଆହତ ହୋଇଥିବା ବେେଳେ ୪ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଏମ୍ପିଭି ୮୧ ଗାଁରେ । ଆହତମାନଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମୋଟୁ ଓ ଏମଭି-୭୯ ପୁଲିସ ପହଞ୍ଚି ଉଭୟ ଗୋÂୀକୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ତଦନ୍ତ ଚାଲିଥିବା ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏମଊପିଭି-୮୧ ଗାଁ ମୁଣ୍ଡରେ ୬ ଏକର ଅନାବାଦି ଜମିରେ ଗତ କିଛିବର୍ଷ ହେଲା ସେହିଗାଁର ଆଶୁତୋଷ ମାଳି, ବାସୁ ମାଳି, ରବୀନ୍ଦ୍ର ଘରାମୀ, ରଞ୍ଜିତ ସର୍ଦ୍ଧର, ସମୀର ମାଳି ପ୍ରମୁଖ ଚାଷ କରିଆସୁଥିଲେ । ଚଳିତବର୍ଷ ନିକଟ କୋଇକୋଣ୍ଡା ଗାଁର କେତେକ ଲୋକ ସେହି ଜମିରେ ହଳକରି ବିହନ ବୁଣୁଥିବା ଦେଖି ପୂର୍ବରୁ ଚାଷ କରୁଥିବା ଲୋକମାନେ ସେମାନଙ୍କୁ ବାରଣ କରିଥିଲେ । କୋଇକୋଣ୍ଡା ଗ୍ରାମବାସୀଙ୍କ ଠାରୁ ବିହନ ଛଡ଼ାଇ ନେଇଥିଲେ । ଏହାକୁ ନେଇ ଉଭୟ ଗୋÂୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପାଟିତୁଣ୍ଡରୁ ଟାଙ୍ଗିଆ, ଛୁରି, ବର୍ଛା ଆଦି ମାରଣାସ୍ତ୍ର ଧରି ଉଭୟ ଗୋÂୀ ମଧ୍ୟରେ ସଂଘର୍ଷ ଲାଗିଥିଲା । ଚାଷ କ୍ଷେତ୍ର ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା । ସମଗ୍ର ଅଞ୍ଚଳ ରକ୍ତାକ୍ତ ହୋଇଗଲା । ଉଭୟ ଗୋÂୀର ମାରପିଟରେ ୧୨ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଏମ୍ଭି-୭୯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୋଟୁ ଓ ଏମ୍ଭି-୭୯ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଉଭୟ ଗୋÂୀଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏନେଇ ମୋଟୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons