ଛତ୍ରପୁର, (ବି.ବି.ନୁ୍ୟଜ୍): ଗ୍ରାସିମ କେମିକାଲ୍ସ କମ୍ପାନିରେ ଘଟିଥିବା ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟା ଦୁଇରେ ପହଞ୍ଚିଛି । ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଇଞ୍ଜିନିୟର ଅଭିଷେକ ପାଲ (୨୬)ଙ୍କ ଆଜି ମୃତୁ୍ୟ ହୋଇଛି । ଦୁର୍ଘଟଣାର ୬ଦିନ ପରେ ଆଜି ଭୋର୍ ତାଙ୍କର ମୃତୁ୍ୟ ହୋଇଛି । ଏହି ସୂଚନା ଦେଇଛନ୍ତି କମ୍ପାନି ପରିଚାଳକ ଏଚଆର ରବୀନ୍ଦ୍ର ମହାନ୍ତି । ଇଞ୍ଜନିୟରଙ୍କ ମୃତୁ୍ୟ ପରେ ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟା ଦୁଇ ହୋଇଛି । ଗତ ଶୁକ୍ରବାରେ ଠିକା ଶ୍ରମିକ ମନୋରଞ୍ଜନ ରାଉଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ଇଞ୍ଜିନିୟର ପାଲ୍ଙ୍କ ମୃତୁ୍ୟ ହେବା ପରେ ଭୁବନେଶ୍ୱରରେ ଶବ ବ୍ୟବଚ୍ଛେଦ କରାଇ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ଏହି ଖବର ଏଠାରେ ପହଞ୍ଚିବା ପରେ କମ୍ପାନିର ଷ୍ଟାଫ୍ ଓ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି ।
ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ରେ ବିସ୍ଫୋରଣ ଘଟଣା ଦିନ ଗଞ୍ଜାମ ସହରର ଗ୍ରାସିମ କେମିକାଲ୍ସରେ ଷ୍ଟିମ୍ ପାଇପ୍ ଫାଟି ୪ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଦୁଇଜଣଙ୍କ ମୃତୁ୍ୟ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ଇଞ୍ଜନିୟର ଓ ଅନ୍ୟଜଣେ ଠିକା ଶ୍ରମିକ ରହିଛନ୍ତି । ତେବେ ଉଭୟ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ଏହି ଘଟଣାରେ ମଧ୍ୟ ମୃତକ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଞ୍ଚଳର ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଅନ୍ୟଜଣେ ନିଖୋଜ ରହିଥିବା ସରକାର ସୂଚନା ଦେଇଥିଲେ ମଧ୍ୟ ପରିଚୟ ସ୍ପଷ୍ଟ କରିନି ପ୍ରଶାସନ । କିନ୍ତୁ ସେ ମଧ୍ୟ ଆସିକା ଅଞ୍ଚଳର ବୋଲି ଜଣାପଡ଼ିଛି । ତାଙ୍କର ମୃତୁ୍ୟ ହୋଇଥିବା ଅନୁମାନ କରାଯାଇଛି । ମାଂସ ଟୁକୁଡ଼ା ସଂଗ୍ରହ କରି ଡିଏନ୍ଏ ପରୀକ୍ଷା ପାଇଁ ପଠା ଯାଇଥିôବାରୁ ମୃତୁ୍ୟ ସନେ୍ଦହ ଦୃଢ଼ୀଭୂତ ହୋଇଛି । ପରିବାର ଲୋକ ମଧ୍ୟ ପ୍ରତୀକ ଶବ ସକ୍ରାର କରିଛନ୍ତି । ସରକାର ଓ ସ୍ଥାନୀୟ ପ୍ରଶାସନ ସମେତ ବିଭାଗୀୟ କର୍ତ୍ତୃପକ୍ଷ ଭୁବନେଶ୍ୱର ପେଟ୍ରୋଲ ପମ୍ପ୍ ଦୁର୍ଘଟଣାରେ ଯେତିକି ତପôର ପ୍ରକାଶ କରିଛନ୍ତି ତାହା ଗ୍ରାସିମ କମ୍ପାନି ଦୁର୍ଘଟଣା କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ । ଏପରିକି ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଇନାହିଁ ।
ଦୁର୍ଘଟଣାରେ ମୃତ ଇଞ୍ଜିନିୟର ଅଭଷେକ ପାଲ ତାଙ୍କ ପରିବାରର ଏକମାତ୍ର ପୁଅ । ଘର କଟକ ବୋଲି ଜଣାପଡିଛି । ପୁଅର ମୃତୁ୍ୟରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଭୁବନେଶ୍ୱର ଅଭିମୁଖେ କମ୍ପାନିର କେତେକ ଅଧିକାରୀ ଯାଇଛନ୍ତି । ପୂର୍ବରୁ ଗୁରୁତର ଆହତ ଠିକା ଶ୍ରମିକ ମନୋରଞ୍ଜନ ରାଉଳ ଗତ ଶୁକ୍ରବାର ମୃତୁ୍ୟ ହୋଇଥିଲା । ଗତ ୬ତାରିଖ ଦିନ କମ୍ପାନି ଷ୍ଟିମ୍ ପାଇପ୍ ଲାଇନ ଫାଟି ୪ଜଣ ଆହତ ହୋଇଥିଲେ । ଏହି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ଶ୍ରମିକ ଅଶାନ୍ତି ଦୁଇଦିନ ଧରି ଲାଗିରହିଥିଲା । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । ଇତି ମଧ୍ୟରେ ଜିଲ୍ଲାପାଳ ପ୍ରାଥମିକ ରିପୋର୍ଟ ଏସ୍ଆରସିଙ୍କୁ ପ୍ରଦାନ କରିଛନ୍ତି । ତେବେ ଏତେ ବଡ଼ ଘଟଣା ରେ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାର ସ୍ୱତନ୍ତ୍ର ଭାବେ ତଦନ୍ତ କରିନଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.