ଚିକୁନ୍ ବିଶ୍ୱାଳ ହତ୍ୟା ଘଟଣାରେ ୫ ଗିରଫ

Get real time updates directly on you device, subscribe now.

ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁର ଚିକୁନ ବିଶ୍ୱାଳଙ୍କୁ ପଥରେ ଛେଚି ହତ୍ୟା କରିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତର ନାଁ ଲିପୁନ ସାସମଲ । ସୂଚନା ଅନୁସାରେ , ପହିଲି ରଜ ଦିନ ରାଇପୁର ଛକ ନିକଟରେ ଓ ଲିପୁନ ସାସମଲଙ୍କ ମଧ୍ୟରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ଏହାପରେ ଚିକୁନଙ୍କୁ ଲିପୁନ ଓ ତାଙ୍କ ୪ଜର ସହଯୋଗୀ ପଥରରେ ଆକ୍ରମଣ କରିଥିଲେ । ଚିକୁନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଢେ଼ଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜୁନ୍ ୧୫ ତାରିଖରେତାଙ୍କର ମୃତୁୃ୍ୟ ଘଟିଥିଲା । ଏନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଢେ଼ଙ୍କାନାଳ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ସହରର ବାଜିଚୌକ, କଙ୍କଡାହାଡ ଓ କାମାକ୍ଷାନଗର ଅଞ୍ଚଳରୁ ଗତକାଲି ଅଭିଯୁକ୍ତ ଲିପୁନ ସାସମଲଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା । ଏନେିଅତିରିକ୍ତ ଏସ୍ପି ବିନୟ କୃଷ୍ଣ କାମିଲା ସୂଚନା ଦେଇଛନ୍ତି । ଏହି ଘଟଣାରେ ଆହୁରି ୬ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ସେମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons