ଚିଟଫଣ୍ଡ କେଳେଙ୍କାରୀ: ସରକାରଙ୍କଠୁ ଦସ୍ତାବିଜ ନେଲା ସିବିଆଇ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପ୍ରାୟ ୯ମାସର ବ୍ୟବଧାନ ପରେ ଚିଟଫଣ୍ଡ ତଦନ୍ତ କରୁଥିବା ସିବିଆଇ ପୁଣିଥରେ ସକ୍ରିୟ ହୋଇଛି । କରୋନା ସଙ୍କଯ ମଧ୍ୟରେ ସିବିଆଇ ରାଜ୍ୟରେ କୋଟି କୋଟି ଟଙ୍କାର ଚିଟଫଣ୍ଡ ତଦନ୍ତରେ ପୁଣି ସକ୍ରିୟତା ଦେଖାଇ ରାଜ୍ୟ ସରକାରଙ୍କୁ କେତେକ ଦସ୍ତାବିଜ୍ ମାଗିଛି । ଆସନ୍ତା ୧୭ ତାରିଖରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଏସବୁ ଦସ୍ତାବିଜ୍କୁ ସିବିଆଇ ଇନ୍ସପେକ୍ଟର ଏସକେ ସାମଲଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସିବିଆଇ ରାଜ୍ୟରେ ଦୁଇ ଚିଟ୍ଫଣ୍ଡ କମ୍ପାନୀ ସି-ସୋର ଓ ଏଟି ଗ୍ରୁପ୍ ର ତଦନ୍ତ ମାମଲାକୁ ଜୁନ୍ ପ୍ରଥମ ସପ୍ତାହରୁ ତ୍ୱରାନ୍ୱିତ କରିଛି । ସି-ସୋର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ସମନ ପଠାଇ ଜେରା କରିଥିବାବେଳେ ଜୁନ୍ ୮ ତାରିଖରେ ଏଟି ମାମଲାରେ ରାଜ୍ୟ ସରକାରଙ୍କୁ ଚିଠି ଲେ କେତେକ ଦସ୍ତାବିଜ ମାଗିଥିଲା । ଏ ସମ୍ପର୍କରେ ସିବିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ସିବିଆଇ ତା’ର ନିର୍ଦ୍ଧାରିତ ପ୍ରକ୍ରିୟା ଉଭୟ ସିସୋର ଓ ଏଟି ଚିଟଫଣ୍ଡ ମାମଲାରେ କେତେକ ନୂଆ ତଥ୍ୟ ମିଳିଛି । ସେ ସମ୍ପର୍କରେ ପୂର୍ବରୁ ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରାଯିବ । ରାଜ୍ୟ ସରକାରଙ୍କୁ ମଧ୍ୟ କେତେକ ତଥ୍ୟ ମଗାଯାଇଛି । ସିବିଆଇକେବଳ ଏହି ଦୁଇଟି ନୁହେଁ ହାତକୁନେଇଥିବା ସମସ୍ତ ୪୪ଟି ଚିଟ୍ଫଣ୍ଡ କମ୍ପାନୀର ତଦନ୍ତ ପ୍ରକ୍ରିୟାକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାକୁ ପଦକ୍ଷେପ ନେଉଛି । ତେବେ ରାଜ୍ୟ ସରକାରଙ୍କ କୌଣସି ବରିÂ ପ୍ରଶାସନିକ ଅଫିସରଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କିଛି କହିବାକୁ ମନା କରିଦେଇଥିଲେ । ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ଅଫିସରଙ୍କୁନୋଟିସ୍ କରାଯାଇନି ବୋଲି ସେ ସ୍ପଷଟ କରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ମାସରେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିବାପରେ ରଜ୍ୟରେ ସିବିଆଇର ଚିଟଫଣ୍ଡ ତଦନ୍ତ ସମ୍ପୂର୍ଣ୍ଣ ଶିଥିଳ ପଡିଯାଇଥିଲା । କିନ୍ତୁ ଜୁନ୍ ପ୍ରଥମ ସପ୍ତାହରେ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇ ସି-ସୋର ମାମଲାର ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା କରିଥିବା ବେଳେ ଏଟି ଗ୍ରୁପ୍ ମାମଲାରେ କେତେକ ଦସ୍ତାବିଜ୍ ସରକାରଙ୍କୁ ମାଗିଛି । ଜୁନ୍ ୮ ତାରିଖରେ ସିବିଆଇ ଅଫିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇ ଏହି ଦସ୍ତାବିଜ ମଗାଯାଇଥିଲା । ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ବ୍ୟକ୍ତିଗତ ଭାବେ ଭେଟି ପ୍ରଦାନ କରିବେ ବୋଲି ଜୁନ୍ ୧୨ତାରିଖରେ ସିବିଆଇ ଏସପିଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons