ଚିଠି ପାଇଁ କ୍ଷମା ମାଗିଲେ ଆମେରିକୀୟ କଂଗ୍ରେସ ସଦସ୍ୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିବା ଆମେରିକୀୟ କଂଗ୍ରେସର ଜଣେ ସଦସ୍ୟ ଟମ୍ ସୁଜି ଏଥିପାଇଁ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେଠାକାର ବିଦେଶ ସଚିବ ମାଇକ୍ ପୋମ୍ପେଓଙ୍କୁ ଏନେଇ ଚିଠି ଲେଖିବା ପୂର୍ବରୁ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ କଥା ହୋଇଥିଲେ ଭଲ ହୋଇଥାନ୍ତା । ଟମ୍ କିଛି ଦିନ ତଳେ ପୋମ୍ପେଓଙ୍କୁ ଏକ ପତ୍ର ଲେଖିଥିଲେ ଯେଉଁଥିରେ ଉଲ୍ଲେଖ କରାଯାଇଥିଲା କି ଭାରତର ଏଭଳି ପଦକ୍ଷେପ ଯୋଗୁ ଜମ୍ମୁ-କାଶ୍ମୀରରେ ସାମାଜିକ ଅସ୍ଥିରତା ବଢ଼ିବ । ଜମ୍ମୁ-କାଶ୍ମୀରର ସ୍ୱାୟତ୍ତତା ଓ କାଶ୍ମୀରୀବାସୀଙ୍କ ଅଧିକାର ଉପରେ କଟକଣା ଲଗାଯିବା ଯୋଗୁ ସେଠାରେ ଆତଙ୍କବାଦ ଓ ମୌଳବାଦ ଜନିତ ଗତିବିଧି ବୃଦ୍ଧି ପାଇପାରେ । ତାଙ୍କର ଏହି ଚିଠିକୁ ନେଇ ପ୍ରବାସୀ ଭାରତୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହାର ପ୍ରତିବାଦରେ ତାଙ୍କ କାର୍ଯ୍ୟାଳୟକୁ ବାର୍ତ୍ତା ପଠାଇଥିଲେ । ତେଣୁ ଟମ୍ ତୁରନ୍ତ ୧୦୦ ଜଣ ପ୍ରମୁଖ ଭାରତୀୟ ନାଗରିକଙ୍କ ବୈଠକ ଡକାଇ ଏ ବିଷୟରେ ଆଲୋଚନା କରିଥିଲେ ଏବଂ ଉକ୍ତ ପତ୍ର ପାଇଁ କ୍ଷମା ମାଗିଥିଲେ । ସୂଚନାଯୋଗ୍ୟ ଯେ,ନ୍ୟୁୟର୍କ ଆସନରୁ ଟମ୍ ନିର୍ବାଚିତ ହୋଇଥିଲାବେଳେ ସେଠାରେ ପ୍ରବାସୀ ଭାରତୀୟମାନେ ଅଧିକ ସଂଖ୍ୟାରେ ରହୁଛନ୍ତି । ତାଙ୍କ ନିର୍ବାଚନ ପାଇଁ ଅର୍ଥ ଯୋଗାଡ କରିବା ଏବଂ ତାଙ୍କୁ ଜିତାଇବାରେ ଭାରତୀୟ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons