ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟର ୧୭ ଜିଲ୍ଲାରୁ ୧୬୫ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୨୫ ଲୋକାଲ କେସ୍ ବୋଲି ଜଣାଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟ ଏହି ଜିଲ୍ଲାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୧୬୫ ଆକ୍ରାନ୍ତଙ୍କ ମଧ୍ୟରେ ଅମ୍ଫାନ୍ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚମିବଙ୍ଗରୁ ଫେରିଥିବା ଉଦ୍ଧାରକାରୀ ଦଳର ୧୧ ସଦସ୍ୟ ଥିବା ଜଣାଯାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୧, ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ଖୋର୍ଦ୍ଧାରୁ ଓ ଯାଜପୁରରୁ ୮ ଜଣ ଲେଖାଏ ପୁରୀରୁ ୭, ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୩ଜର ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗିରରୁ ୨ଜଣ ଲେଖାଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୟାଗଡ଼, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ପଶ୍ଚିମବଙ୍ଗରୁ ଫେରିଥିବା ଅମ୍ଫାନ୍ ଉଦ୍ଧାରକାରୀ ଦଳରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ ରେ ପହଞ୍ଚିଲା । ସେମାନଙ୍କ ମଧ୍ୟରୁ ୩୧୪୪ ସୁସ୍ତ ହୋଇ ଘରକୁ ଫେରିଥିବା ବେଳେ ୧୫୧୯ ଏବେ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.