ଚିହ୍ନଟ ହେଲେ ୬୩ କରୋନା ଆକ୍ରାନ୍ତ, ୧୭ଶହ ଡେଇଁଲା ସଂଖ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୩ରେ ପହଞ୍ଚôଛି ।ସେମାନଙ୍କ ମଧ୍ୟରୁ ୮୮୭ ସୁସ୍ଥ ହୋଇ ସାରିଥିବା ବେଳେ ୭ ଜଣଙ୍କ ମୃତୁ୍ୟ ଘଟିଛି । ସେହିଭଳି ୮୨୭ ଜଣ ଚିକିତ୍ସିତ ହେଉଛନ୍ତି । ଆଉ ୨ଜଣଙ୍କର ମୃତୁ୍ୟ ଘଟିଥିଲେ ବି ସେମାନେ କରୋନା ଯୋଗୁ ମରି ନାହାନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ୭୨ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ଖୋର୍ଦ୍ଧାର ୪୨ ବର୍ଷୀୟ ବ୍ୟକ୍ତି । ୬୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଆଉ ୨ ଜଣ ସ୍ଥାନୀୟ ଅଞ୍ଚଳର । ୧୫ଟି ଜିଲ୍ଲାରୁ ଏହି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୧୧, ଗଞ୍ଜାମରୁ ୪, ବାଲେଶ୍ୱର ଓକଟକରୁ ୩ ଲେଖାଏଁ, ଢେ଼ଙ୍କାନାଳରୁ ୯, ନୟାଗଡ଼ରୁ ୭, ବଲାଙ୍ଗିରରୁ ୬ ଓ ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ ନୂଆ କେସ୍ ସହିତ ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ରେ ପହଞ୍ଚି ଯାଇଛି । ସେହିପରି ଜଗତସିଂହପୁରରେ ଏହି ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩୯୮, ବାଲେଶ୍ୱରରେ ୧୪୨, କଟକରେ ୮୯, ଢେ଼ଙ୍କାନାଳରେ ୧୬, ନୟାଗଡ଼ରେ ୬୪, ବଲାଙ୍ଗିରରେ ୬୨ ଓ ସୁନ୍ଦରଗଡ଼ରେ ୪୧ରେ ପହଞ୍ଚôଛି । ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ଯଥାକ୍ରମେ ମୋଯ ସଂଖ୍ୟା ୮୬, ୧୭, ୮, ୮, ୭ ଓ ୨ରେ ପହଞ୍ଚିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons