ଚୀନ୍ରୁ ଅଗରବତି ଆମଦାନି ନିଷେଧ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚୀନ୍ରୁ ଆଉ ଅଗରବତି କିମ୍ବା ଅନ୍ୟ ସୁଗନ୍ଧଯୁକ୍ତ ଉପôାଦ ଆମଦାନି ହେବନାହିଁ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଘରୋଇ କମ୍ପାନିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଚୀନ୍ ଓ ଭିଏତନାମରୁ ବିନା ଲାଇସେନ୍ସରେ ବିପୁଳ ପରିମାଣର ଅଗରବତି ଆମଦାନି ହେବା ଯୋଗୁ ଘରୋଇ ସଂସ୍ଥାଗୁଡ଼ିକର କାରବାର ପ୍ରଭାବିତ ହେଉଛି । ଏହା ଘରୋଇ ନିଯୁକ୍ତି ସୃଷ୍ଟିକୁ ମଧ୍ୟ ସଂକୁଚିତ କରୁଛି ।
ଅଗରବତି ଆମଦାନି ପାଇଁ ଏଣିକି ଆମଦାନିକାରୀଙ୍କୁ ବିଧିବଦ୍ଧ ଭାବେ ଲାଇସେନ୍ସ ହାସଲ କରିବାକୁ ହେବ । ଲାଇସେନ୍ସ ହାସଲ ପରେ ସ୍ଥିତିକୁ ଚାହିଁ ଆମଦାନି କରିବାକୁ ଅନୁମତି ଦିଆଯିବ । ଏ ନେଇ ବହିଃ ବାଣିଜ୍ୟ ମହାନିଦେ୍ର୍ଧଶାଳୟ (ଡିଜିଏଫ୍ଟି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ ବିନା ଲାଇସେନ୍ସରେ ସଂସ୍ଥାଗୁଡ଼ିକ ଚୀନ୍ ଓ ଭିଏତ୍ନାମରୁ ବିପୁଳ ଅଗରବତି ଓ ସୁଗନ୍ଧଯୁକ୍ତ ଅନ୍ୟ ଉପôାଦ ଆଣୁଥିଲେ । ଲାଇସେନ୍ସ ବ୍ୟବସ୍ଥା ନଥିବାରୁ ଅବାଧରେ ଏହା ଆସୁଥିଲା । ଫଳରେ ଘରୋଇ ସଂସ୍ଥାଙ୍କ କାରବାର ପ୍ରଭାବିତ ହେଉଛି । ଏବେ କିନ୍ତୁ ସେହି ବ୍ୟବସ୍ଥା ଆଉ ରହିବ ନାହିଁ ।
ଘର ଭିତରକୁ ସୁଗନ୍ଧମୟ କରିବା ପାଇଁ ଉଦ୍ଧିଷ୍ଟ ଉପôାଦର ଆମଦାନିକୁ ମଧ୍ୟ ବାରଣ କରାଯାଇଛି । ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ଏପ୍ରିଲ-ଜୁନ୍ରେ ୧୭.୭୫ ନିୟୁତ ଡଲାରର ଅଗରବତି ଓ ତତ୍ ସଂକ୍ରାନ୍ତ ଉପôାଦ ଆମଦାନି ହୋଇଥିଲା । ୨୦୧୮-୧୯ରେ ଏାହ ୮୩.୫୮ ନିୟୁତ ଡଲାର ରହିଥିଲା । ଚୀନ୍ରୁ ଅଗରବତି ଆମଦାନି ୨୦୧୮-୧୯ରେ ୬.୩୮ ନିୟୁତ ଡଲାର ରହିଥିଲା, ଯାହା କି ପୂର୍ବ ଆର୍ଥିକବର୍ଷରେ ୮.୫୩ ନିୟୁତ ଡଲାର ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons