ଚୀନ ସୀମାରେ ସହିଦ ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ଚୀନ ସୀମାରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି । ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନ୍ଦୁରାମ ସୋରେନ୍ । ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା । ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗାରେ । ୬ ବର୍ଷ ତଳେସେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଚନ୍ଦ୍ରକାନ୍ତ ବିହାର -୧୬ ରେଜିମେଣ୍ଟରେ ଥିଲେ । ୨ ବର୍ଷ ହେଲା ସେ ଲଦାଖରେ ଡୁ୍ୟଟି କରୁଥିଲେ । ସୋମବାର ରାତିରେ ସେ ସହିଦ ହୋଇଥିଲେ । ଚନ୍ଦ୍ରକାନ୍ତ ସହିଦ ହେବା ପରେ ତାଙ୍କ ବାପା ମା’ ଭାଙ୍ଗି ପଡିଛନ୍ତି । ତାଙ୍କ ବାପା କହିଛନ୍ତି ଚନ୍ଦ୍ରକାନ୍ତ ମୋ ବଡ଼ପୁଅ ଥିଲା । ସେ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲା । ପୁଅକୁ ହରାଇ ଆମେ ବାପାମାଆ ଦୁହେଁ ଭାଙ୍ଗି ପଡିଛୁ । ସେ କହିଛନ୍ତି, ପୁଅ ସହିଦ ହୋଇଥିବା ନେଇ କାଲି ସନ୍ଧ୍ୟା ବେଳେଖବର ପାଇଥିଲୁ । ସୁବେଦାର ଡିସି ପ୍ରଧାନଙ୍କୁ ଫୋନ୍ କରି ପୁଅ ସହିଦ ହୋଇଯାଇଛି ବୋଲି ଜାଣିଥିଲୁ । ଏ ସଂପର୍କରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଭଉଣୀ ଅଲିମା ପ୍ରଧାନ କହିଛନ୍ତି, ସେ ଆମ ବାପା, ଭାଇ ହୋଇକି ଥିଲା । ସବୁ ଭଲମନ୍ଦ ବୁଝୁଥିଲା । ଶେଷରେ ଦେଶ ପାଇଁ ଜୀବନ ଦେଲା । ୧ ତାରିଖରେ ଶେଷ ଥର ପାଇଁ କଥା ହୋଇଥିଲି । ଏହାପରେ ଭାଇର ମୃତୁ୍ୟ ଖବର ଆସିପହଞ୍ଚିଲା । ସବୁବେଳେ ଶତ୍ରୁ ସହ ଲଢ଼ିବାକୁ ପ୍ରସ୍ତୁତ ରହୁଥିବା ଭାଇ ସେଦିନ ବହୁତ ଚିନ୍ତାରେ ଥିଲା । ସେଦିନ ଠିକ୍ଠାକ୍ କଥା ହୋଇଥିଲେ ମଧ୍ୟ ଯୁଦ୍ଧ ଚାଲିବ ବୋଲି କହିଥିଲା । ୧୪ ଜଣିଆ ଟିମ୍ ଫାଇଟ୍ ଉଡ଼ାଇବାକୁ ସିଲେକ୍ଟ ହୋଇଥିବା ବେଳେ ସେ ମଧ୍ୟ ସେଥିରେ ଥିବା ସହ ୩ଥର ଫାଇଟ୍ ଉଡାଇ ସାରିଲିଣି ବୋଲି କହିଥିଲା । ଏହାପରେ କିପରି ଅଛୁବୋଲି ପଚାରିବାରୁ ଭଲ ଅଛି ବୋଲି କହୁଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେଦିନ ସେ ବହୁତ କାନ୍ଧିଥିଲା । ରାଗିକି କିଛି କହି ଦେଇଥିଲେ ମୋ ତରଫରୁ ସାନ ଭଉଣୀମାନଙ୍କୁ କ୍ଷମା ମାଗିଦେବୁ, ଘରେ ସମସ୍ତଙ୍କୁ ଭଲରେ ଦେଖିବୁ ବୋଲି ମୋତେ କହିଥିଲା । ଏହାପରେ ତା’ ସହ ଆଉ କିଛି କଥା ହୋଇପାରିନଥିଲା । ଗତକାଲି ପାଖ ଗାଁରୁ ଜଣେ ନିକଟ ସମ୍ପର୍କୀୟ ଆସି ଆମକୁ ଏକ ଫୋନ୍ ନମ୍ବର ଦେଇ ଯୋଗାଯୋଗ କରିବାକୁ କହିଥିଲେ । ଆମେ ଉକ୍ତ ନମ୍ବରରେ ସୁବେଦାର ଡିସି ପ୍ରଧାନ ସାରଙ୍କୁ ଫୋନ୍ କରିବାକୁ ସେ ଭାଇର ମୃତୁ୍ୟ ସମ୍ପର୍କରେ ଜଣାଇଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons