ଚେନ୍ନାଇରେ ପହଞ୍ôଚଲା ପାଣି ଟ୍ରେନ

Get real time updates directly on you device, subscribe now.

ଚେନ୍ନାଇ: ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ସହର ପାଇଁ ଆଜି ଟ୍ରେନରେ ପାଣି ଆସି ପହଞ୍ôଚଛି । ଭେଲୋର ଜିଲ୍ଲାର ଜୋଲାରପେଟଠାରେ ଥିବା ମେଟ୍ଟୁ ସାକ୍ରକୁପମ୍ ପଶ୍ଛିଂ ହାଉସ୍ରୁ ଆଜି ସକାଳ ୭ଟା ୧୦ରେ ପାଣିଧରି ଏହି ଟ୍ରେନ ବାହାରିଥିଲା ଏବଂ ଚେନ୍ନାଇର ଭିଲିଭକମ୍ ଷ୍ଟେସନରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପହଞ୍ôଚଥିଲା । ପାଣିଟ୍ରେନ ସେଠାରେ ପହଞ୍ôଚବା ପରେ ରାଜ୍ୟର ମନ୍ତ୍ରୀମାନେ ଏହାକୁ ସ୍ୱାଗତ କରିଥିଲେ । ୫୦ଟି ୱାଗନରେ ୨.୫ ନିୟୁତ ଲିଟର ପାଣି ଆସିଛି । ପ୍ରତି ୱାଗନରେ ୫୫ ହଜାର ଲିଟର ପାଣି ରହିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ଘୋଷଣା କରିଥିଲେ କି ଚେନ୍ନାଇ ପାଣି ସଙ୍କଟ ଦୂର କରିବା ଲାଗି ଜୋଲାରପେଟରୁ ପ୍ରତିଦିନ ଟ୍ରେନରେ ୧୦ ନିୟୁତ ଲିଟର ପାଣି ଅଣାଯିବ । ଏଥିପାଇଁ ସେ ୬୫ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଭିତ୍ତିଭୂମି ନିର୍ମାଣ ଓ ବର୍ଷର୍ାଭାବ ଯୋଗୁ ଗତ ୪ମାସ ହେଲା ଚେନ୍ନାଇ ସହରରେ ପାଣି ସଙ୍କଟ ଲାଗି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons