ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସଦର ପୁଲିସ ଏକ ବଡ ଧରଣର ଗଞ୍ଜେଇ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାନୁସାରେ, କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଏହାସହ ଟ୍ରକକୁ ଅଟକ ରଖିବା ସହ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ମଧ୍ୟରେ ମଧ୍ୟପ୍ରଦେଶର ୩ ଜଣ ଥିବା ବେଳେ ପଟାଙ୍ଗୀରୁ ଜଣେ ରହିଛନ୍ତି ।
Comments are closed, but trackbacks and pingbacks are open.