ଚୋରା ବୋଲେରୋ ଧକ୍କାରେ ପରିବାରର ୩ ମୃତ

Get real time updates directly on you device, subscribe now.

ବଡବିଲ : କେନ୍ଦୁଝର ଯୋଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୋଲେରୋ ଲୁଟେରାର ଗାଡ଼ି ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୩ ଜଣ ହଲେ ଯୋଡା ମାଡ୍ରାସି ହଟିଂର ବାପା ଦୁଲୁନ ଲୋହାର, ୫ ବର୍ଷର ଝିଅ ପ୍ରିୟା ଓ ୪ ବର୍ଷର ପୁଅ ମୁନୁ ।
ଆଜି ସନ୍ଧ୍ୟାରେ ଏହି ଦୁଖଦ ଘଟଣା ଘଟିଛି । ଓ ଆର ୦୨ ଏ ଏନ୍ ୫୦୮୬ ନଂର ଏକ କଳା ବୋଲେରୋ ଗାଡି ଡ୍ରାଇଭର ପ୍ରଦୀପ କୁମାର ଧଳ ଗାଡ଼ି ନେଇ ଉଲି ହଟିଂ ସ୍ଥିତ ଇନ୍ଦ୍ର ଗ୍ୟାରେଜକୁ ଯାଉଥିବାବେଳେ, ଇରଫାନ୍ ଖାନ୍ ଓରଫ୍ ଗୁଲୁଆ ନାମକ ଜଣେ ଦୃବୃର୍ତ ଗାଡ଼ିକୁ ଅଟକାଇ ଯୋର ଜବରଦସ୍ତ ଗାଡ଼ିରେ ବସିଯାଇଥିଲା । ଏହାପରେ ଏକ ଧାରୁଆ ଛୁରୀ ଦେଖାଇ ମଦ କାଉଣ୍ଟର ନିକଟରେ ଛାଡ଼ିବାକୁ କହିଥିଲା । ମାତ୍ର କିଛି ବାଟ ଯିବାପରେ ଡ୍ରାଇଭରର ବେକରେ ଛୁରୀ ଲଗାଇ ତାକୁ ଗାଡ଼ିରୁ ପେଲିଦେଇ ନିଜେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରିଥିଲା ଦୃବୃର୍ତ ଗୁଲୁଆ । ତେବେ କିଛି ବାଟ ଯିବାପରେ ଗଣେଶ ଭବନ ପାଖ ମାଡ୍ରାସି ହଟିଂ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା ଏହି ଲୁଟେରା । ସେଠାରେ ବାଇକରେ ଦୁଲୁନ ଲୋହାର ନାମକ ବ୍ୟକ୍ତି ବସିଥିବାବେଳେ, ତାଙ୍କର ୫ବର୍ଷର ଝିଅ ପ୍ରିୟା ଏବଂ ୪ବର୍ଷର ପୁଅ ମୁନୁ ପାଖରେ ଛିଡ଼ା ହୋଇଥିଲେ । ବୋଲେରୋଟି ସେମାନଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେବା ପରେ ନିକଟରେ ଥିବା ଏକ କାନ୍ଥରେ ପିଟି ହୋଇ ରହିଯାଇଥିଲା ।
ଦୁର୍ଘଟଣାରେ ବାପା ଦୁଲୁନ, ଝିଅ ପ୍ରିୟା ଓ ପୁଅ ମୁନୁକୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ମେଡିକାଲର ଆଇସିୟୁରେ ଭର୍ତି କରାଯାଇଥତ୍ଲା । ତେବେ କିଛି ସମୟ ପରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ସେପଟେ ଲୁଟେରା ଗୁଲୁଆକୁ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜିତ ଲୋକେ ଟାଟା କମ୍ପାନୀର ଅନଲୋଡିଂ ପ୍ଲାଂଟକୁ ଯାଇଥିବା ରାସ୍ତାକୁ ଗଣେଶ ଭବନ ନିକଟରେ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ସମସ୍ତ ଘଟଣାର ଛାନଭିନ୍ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons