ଚୌଦ୍ୱାର ସହରରେ ପଶିଲା ହାତୀ

Get real time updates directly on you device, subscribe now.

ଚୌଦ୍ୱାର,(ବି.ବି.ନୁ୍ୟଜ୍): ଚୌଦ୍ୱାର ଅଞ୍ଚଳରେ ହାତୀ ଉପôାତ ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛି ଦିନ ହେବ ଚୌଦ୍ୱାର ସହର ଆଖ ପାଖରେ ହାତୀ ପଲ ଆତଙ୍କ ସୃଷ୍ଟି କରିଥିବାବେଳେ ଗତକାଲି ରାତିରେ ପ୍ରଥମଥର ପାଇଁ ଦୁଇଟି ହାତୀ ଚୌଦ୍ୱାର ସହର ଭିତରକୁ ପଶି ଆସିଥିଲେ । ଗୋଟିଏ ଦନ୍ତା ହାତୀ ଥିବାବେଳେ ଅନ୍ୟଟି ଛୁଆ ହାତୀ ରହିଥିଲା ।
ଦୁଇଟି ହାତୀ ପ୍ରଥମେ ଚୌଦ୍ୱାର ପୌରପାଳିକାର ୧ ନମ୍ବର ୱାର୍ଡର ନବଗ୍ରହ ସାହି, ୫ନଂ ୱାର୍ଡର ହେଙ୍ଗୁଳେଇ ସାହି, ତଳବଜାର ଅଳରେ ଉତ୍ପାତ କରିଥିଲେ । ହାତୀ ୨ଟି ନବଗ୍ରହ ସାହିରେ ପଶିଲାବେଳେ କୁକୁର ଜୋର୍ରେ ଭୋକିବାରୁ ସାହିର ଲୋକେ ବାହାରକୁ ଉଠି ଦେଖିବାବେଳକୁ ହାତୀ ସାହି ରାସ୍ତାରେ ଛିଡ଼ା ହୋଇଛି । ଏହା ଦେଖି ସାହି ଲୋକେ ଅନ୍ୟମାନଙ୍କୁ ଡାକ ପକାଇଥିଲେ । ସମସ୍ତେ ଲାଇଟ୍, ଢେଙ୍ଗା ବାଡ଼ି ଓ ନିଅାଁ ହୁଳା ଧରି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହାତୀ ପଶିବା ନେଇ ଚୌଦ୍ୱାର ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଚୌଦ୍ୱାର ବନପାଳ ଜ୍ୟୋତିରଞ୍ଜନ ମହାପାତ୍ର ଓ ବନ କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ । ଫଳରେ ହାତୀ ୨ଟି ତଳବଜାର ଦେଇ ହେଙ୍ଗୁଳାଇ ସ୍କୁଲର ପାଚେରୀକୁ ଧକ୍କା ଦେଇ ଭାଙ୍ଗିବା ସହ ମଣ୍ଡାପଡ଼ା ଦେଇ ପୁନର୍ବାର ଛଡିଶାପାଟ ଆଡ଼କୁ ପଳାଇଥିଲେ । ଏଣେ ସହର ଭିତରେ ହାତୀ ପଲ ପଶିବା ଖବର ପାଇବାରେ ସେସୁ ପକ୍ଷରୁ ବିଦୁ୍ୟତ କାଟ କରାଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ୧ରୁ ୫ନଂ ୱାର୍ଡ ଅନ୍ଧାରରେ ରହିଥିଲା । ଏହି ହାତୀ ଦୁଇଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସାହି ରାସ୍ତାରେ ଏପଟରୁସେପଟ ଦୌଡୁଥିବା ବେଳେ ସାହି ଲୋକଙ୍କ ସହ ବନ କର୍ମଚାରୀ ଘଉଡ଼ାଇଥିଲେ । ହାତୀ ପଶିଥିବା ଖବର ଚୌଦ୍ୱାର ସହରରେ ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ହାତୀ କାଳେ ଆଜି ପୁଣି ଆସିବେ ସେନେଇ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଗତ ୨୩ ତାରିଖ ସକାଳେ ୨ଟି ହାତୀ ୫୫ନଂ ଜାତୀୟ ରାଜପଥରେ ଅବରୋଧ କରି ରହିବାରୁ ଅଧଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ହୋଇଥିଲା । ବନ କର୍ମଚାରୀ ହାତୀଙ୍କୁ ରାସ୍ତା ପାର କରିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଚନ୍ଦକା ଜଙ୍ଗଲରୁ ପଳାଇ ଆସିଥିବା ୧୮ଟି ହାତୀ ଖୁୁଣୀ ରେଞ୍ଜରେ ରହୁଥିବାବେଳେ କିଛିଦିନ ହେବ ଏହି ହାତୀ ପଲ ଟାଙ୍ଗୀ-ଚୌଦ୍ୱାର ଅଳରେ ଆତଙ୍କ ସୃଷ୍ଟି କରିଛନ୍ତି । ଖୁଣ୍ଟୁଣୀ ଓ ଚୌଦ୍ୱାର ବନ ବିଭାଗ ମିଳିତ ଭାବେ ହାତୀ ପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ସହ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons