କୋଦଳା, (ବି.ବି.ନୁ୍ୟଜ): ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବାଣିଆବାଡ଼ି ଛକରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ୩ ଦୁର୍ବୃତ୍ତ ମାଡ଼ ମାରିବା ସହ ଧମକ ଦେଇ ମୋବାଇଲ୍ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଲୁଟ୍ର ଶିକାର ହୋଇଛନ୍ତି ବି.ନୂଆଗାଁର ନିଗମ ଜେନା । ଘଟଣାର ଦୃଶ୍ୟ ନିକଟସ୍ଥ ଏକ ହୋଟେଲ୍ରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି ଓ ବେଗୁନିଆପଡ଼ା ଫାଣ୍ଡି ପୁଲିସ ତାହାରି ଆଧାରରେ ତଦନ୍ତ ଜାରି ରଖିଛି । ତେବେ ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ପ୍ରାଥମିକ ଯାଞ୍ଚରୁ ସନେ୍ଦହ କରାଯାଉଛି ।
ଗୁରୁବାର ନିଗମ ସାଙ୍ଗ ଘରକୁ ଅନ୍ଲାଇନ୍ କ୍ଲାସ୍ ପାଇଁ ପ୍ରୋଜେକ୍ଟ କାର୍ଯ୍ୟ କରିବାକୁ ସାଇକେଲ ଯୋଗେ ଯାଉଥିଲେ । ବାଣିଆବାଡ଼ି ଛକ ନିକଟରେ ହଠାତ୍ ଏକ ବାଇକ୍ରେ ୩ ଜଣ ଆସି ନିଗମଙ୍କୁ ତଳେ ପକାଇ ମାଡ ମାରିବା ସହ ପ୍ୟାଣ୍ଟ୍ ପକେଟ୍ରୁ ସ୍ମାର୍ଟ ଫୋନ ଛଡ଼ାଇ ଚମ୍ପଟ ମାରିଥିଲେ । ସ୍ଥାନୀୟ ବ୍ୟକ୍ତି ବାଇକ୍ ଯୋଗେ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିବା କିମ୍ବା ଚିହ୍ନଟ କରିବା ସମ୍ଭବ ହୋଇପାରିନି । ନିଗମ ଫାଣ୍ଡିରେ ଅଭିଯୋଗପତ୍ର ଦେଇଛନ୍ତି ।
Comments are closed, but trackbacks and pingbacks are open.