ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ା ହେଉନି

Get real time updates directly on you device, subscribe now.

ତୁମୁଡ଼ିବନ୍ଧ, (ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ଶିକ୍ଷାନୁÂାନ ବନ୍ଦ ରହିଛି । କିନ୍ତୁ ଅଧିକାଂଶ ବିଦ୍ୟାଳୟରେ ଅନ୍ଲାଇନ୍ରେ ଜାରି ରହିଛି ପାଠପଢା । କିନ୍ତୁ ଅନ୍ଲାଇନ୍ ପାଠପଢ଼ା ସବୁ ଅଞ୍ଚଳରେ ସମ୍ଭବ ହୋଇନି । ସହରାଞ୍ଚଳରେ ଅନ୍ଲାଇନ୍ ପାଠପଢ଼ା ସୁବିଧା ଥିବା ବେଳେ ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହୋଇନାହିଁ । ଏହି ଶିକ୍ଷା ଶୈଳୀରୁ ବଞ୍ଚିତ ହେଉଛନ୍ତି କୁଟିଆ କନ୍ଧ ଅଧ୍ୟୁଷିତ ତୁମୁଡ଼ିବନ୍ଧ ବ୍ଲକର ବେଲଘର, ଗୁମା, ଝିରିପାଣି, ଲଙ୍କାଗଡ଼, ବିଲାମାଳ, ଭଣ୍ଡରଙ୍ଗି, ମୁଣ୍ଡିଗଡ, ସିର୍ଲା, କୁର୍ତମଗଡ, କଡକୁଡୁପା ପଞ୍ଚାୟତର ଦୁର୍ଗମ ଗ୍ରାମ ଗୁଡିକର ଗରିବ ଶ୍ରେଣୀର ଦଳିତ ଆଦିବାସୀ ଛାତ୍ରଛାତ୍ରୀ । ଏମାନଙ୍କ ପାଖରେ ମୋବାଇଲ୍ କିଣିବାର ସାମର୍ଥ୍ୟ ନାହିଁ । ତାହା ପୁଣି ଆଣ୍ଡରଏଡ୍ ମୋବାଇଲ୍ । ଯାହା ଦାମ ବେଶୀ । ସେମାନେ ରହିଥିବା ଦୁର୍ଗମ ଅଞ୍ଚଳର ମୋବାଇଲ ନେଟ୍ୱର୍କ ମଧ୍ୟ ନାହିଁ । କିଛି ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଥିଲେ ମଧ୍ୟ ନେଟୱର୍କ ନଥିବାରୁ ଅନ୍ଲାଇନରେ ପାଠ ପଢ଼ିବାକୁ ଯିବାକୁ ପଡୁଛି ୧୦ ରୁ ୧୨ କିଲୋମିଟର । କେତେକ ଛାତ୍ରଛାତ୍ରୀ ବିପଦଶଙ୍କୁଳ ଅବସ୍ଥାରେ ଗଛରେ ଚଢି ପାଠ ପଢୁଛନ୍ତି । ଅନ୍ୟମାନେ ପାହାଡ଼ ଉପରେ ଚଢି ନେଟୱର୍କ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ମୁଣ୍ଡିଗଡ଼ ପଞ୍ଚାୟତର ତୁତୁଲୁବା ଗ୍ରାମ ନିକଟ ଏକ ଆମ୍ବ ଗଛରେ । ଏହି ବର୍ଷା ଋତୁରେ ରାହୁଳ ନଦୀ ପାର ହୋଇ ଆସୁଛନ୍ତି କୁର୍ତିପଡ଼ା ଖମନପଡ଼ା, ମଣ୍ଡଳପଦର, ସୁନାଗାଁ, ରୁଗୁଡିପାଲି, ଧୁଙ୍ଗିଆପଙ୍ଖାଳ ଗ୍ରାମର ଏକାଧିକ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଏଠାରେ ମଧ୍ୟ ସବୁ ସମୟରେ ନେଟୱର୍କ ରହୁନି । ନେଟ୍ୱର୍କ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସେତେବେଳେ ଡାଉନ୍ଲୋଡ ନହୁଏ ବାଧ୍ୟ ହୋଇ ତାର ଆରଦିନ ପୁଣି ଆସିବାକୁ ପଡୁଛି ।ଏହି ଅନଲାଇନ ଶିକ୍ଷାଦାନ ସାର୍ବଜନୀନ ଫଳପ୍ରଦ ହେଉନଥିବାରୁ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିପଦପୂର୍ଣ୍ଣ ଅବସ୍ଥାରେ ପିଲାମାନଙ୍କ ପାଠ ପଢା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons