ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାମ୍ପ୍ରତିକ ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ପାଲଟିଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଘରୋଇ ସଂସ୍ଥାର ୱେବ୍ସାଇଟ୍କୁ ହ୍ୟାକରମାନେ ବେଶ ସହଜରେ ହ୍ୟାକିଂ କରୁଛନ୍ତି । ସରକାରୀ ସଂସ୍ଥା ବି ବାଦ୍ ପଡୁନି । ଯାହାର କୁପ୍ରଭାବ ଅର୍ଥନୀତି ଉପରେ ପଡୁଛି । ସାଇବର ସୁରକ୍ଷା ସପ୍ତାହ ଉଦ୍ଘାଟନ ଅବସରରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହା କହିଛନ୍ତି ।
ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀ ରାଜ୍ୟବ୍ୟାପୀ ସାଇବର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାସହ ‘ସାଇବର ସେଫ୍ଟି ଆଣ୍ଡ ସାଇବର ସିକୁ୍ୟରିଟି’ ନାମକ ହ୍ୟାଣ୍ଡବୁକ୍ର ଉନ୍ମୋଚନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଇଆଇଆଇଟି ଭୁବନେଶ୍ୱର, ସି-ଡାକ୍ ହାଇଦ୍ରାବାଦର ମିଳିତ ସହଯୋଗରେ ଏହି ସଚେତନତା ଡ୍ରାଇଭ୍ ସପ୍ତାହେ ଧରି ଚାଲିବ । ଏହି ସମୟ ମଧ୍ୟରେ ରାଜ୍ୟର ୭୦ଟି ସ୍କୁଲ କଲେଜ ସହ ସରକାରୀ ଅଫିସ୍ରେ ସଚେତନତା କର୍ମଶାଳା ଆୟୋଜନ କରାଯିବ । ଯେଉଁଥିରେ ସାଇବର୍ ଏକ୍ସପର୍ଟମାନେ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସହ ସାଧାରଣ ଲୋକଙ୍କୁ ସଚେତନ କରାଇବେ ।
ଶ୍ରୀ ତ୍ରିପାଠୀ ଉତ୍ସବରେ କହିଥିଲେ, ୨୦୧୮ ମସିହାରେ ପ୍ରାୟ ୫୩ଟି ସରକାରୀ ସଂସ୍ଥାର ୱେବ୍ସାଇଟ୍ ହ୍ୟାକ୍ କରା ଯାଇଥିଲା । ଏହାଛଡ଼ା ସିକୁ୍ୟରିଟି ଦୃଷ୍ଟିକୋଣରୁ ଅନେକ ସରକାରୀ ବିଭାଗର ଅଡିଟିଂ ହେବା ଜରୁରି ହୋଇପଡିÿଛି । ସୋସିଆଲ୍ ମିଡିଆ ଭଳି ପ୍ଲାଟ୍ଫର୍ମରେ ଅଧିକାଂଶ ନିଜର ବ୍ୟକ୍ତିଗତ ସୂଚନା ଦେଇ ଚାଲିଛନ୍ତି । ଯାହାକି ସାଇବର ଅପରାଧୀଙ୍କୁ ସୁହାଉଛି । ଏବେ ସମୟ ଆସିଛି । ସଚେତନ ହୁଅନ୍ତୁ । ଅନ୍ୟକୁ ସଚେତନ କରାନ୍ତୁ ।
ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ୍ ଚୋପ୍ରା କହିଥିଲେ, ସାଇବର ଅପରାଧର ଜଗତ ଦିନକୁ ଦିନ କାୟା ମେଲାଇ ଚାଲିଛି । ସଚେତନତା ଜରିଆରେ ହିଁ ଏହାକୁ ରୋକା ଯାଇପାରିବ । କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା କହିଥିଲେ, ରାଜ୍ୟରେ ବର୍ତ୍ତମାନ ୪ଟି ସ୍ୱତନ୍ତ୍ର ସାଇବର ପୁଲିସ ଥାନା ଚାଲୁଛି । ଆଗକୁ ଆହୁରି ଏକାଧିକ ଖୋଲିବାର ଯୋଜନା ଅଛି । ସାଇବ୍ର ଅପରାଧକୁ ସାମନା କରିବା ପାଇଁ ସବୁ ଥାନାରେ ବ୍ୟବସ୍ଥା ରହିଛି ।
ଆଇଆଇଆଇଟି ନିଦେ୍ର୍ଧଶକ ପ୍ରଫେସର ଗୋପାଳ ନାୟକ କହିଥିଲେ, ଏହି ଅଭିଯାନରେ ଶିକ୍ଷାନୁÂାନର ୫୦ ଛାତ୍ରଛାତ୍ରୀ, ୬୦ ବିଶେଷଜ୍ଞଙ୍କ ସହ ହାଇଦ୍ରାବାଦରୁ ଆସିଥିବା ସାଇବର୍ ଏକ୍ସପର୍ଟମାନେ ଯୋଗ ଦେବେ । ପ୍ରଥମେ ଟୁଇନ୍ସିଟିରେ ୭୫ଟି କର୍ମଶାଳା ଚାଲିବ । ଜନତାଙ୍କ ମତାମତ ପରେ ଅନ୍ୟ ସହରରେ ମଧ୍ୟ ଆୟୋଜନ କରାଯିବ । ଅଭିଯାନର ସଂଯୋଜକ ପ୍ରଫେସର ଦେବାଶିଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର, ସି-ଡାକ୍ ହାଇଦ୍ରାବାଦ୍ର ଆସୋସିଏଟ୍ ଡାଇରେକ୍ଟର ଏ ସି ମୂର୍ତ୍ତି, କ୍ରାଇମ୍ବ୍ରାଞ୍ଚ ଏସ୍ପି ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.