ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଛାତ୍ରଛାତ୍ରୀମାନେ ମନର ଜିଜ୍ଞାସାକୁ ଜୀବିତ ରଖିବା ଦରକାର । ଜିଜ୍ଞାସା ଆମକୁ ସବୁବଳେ ଏକ ନୂଆ ଓ ସଫଳତା ଦିଗକୁ ନେଇଯାଇଥାଏ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ।
ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ୍ ସ୍କୁଲର ଦ୍ୱିତୀୟ ପ୍ରତିÂା ଦିବସ “ଉ+ର୍ଷ’ଶୁକ୍ରବାର ଅନୁÂିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମାର୍ଣ୍ଡି ଏହା କହିଛନ୍ତି । ସମ୍ମାନୀତ ଅତିଥି ଭାବେ ବାଙ୍ଗୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେସନରେ ବାର୍ଷିକ ସ୍ପୋର୍ଟସ୍ ମିଟ୍-୨୦୧୯ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇପିଏସ୍ ତଥା ସେସୁର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅରୁଣ ବୋଥ୍ରା । ସନ୍ଧ୍ୟା ଅଧିବେସନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଇ ଇଣ୍ଟରନ୍ୟାସନାଲ ଗ୍ରୁପର ପ୍ରତିÂାତା ଡଃ ବିଜୟ କୁମାର ସାହୁ, ଭାଇସ୍ ଚେୟାରପର୍ସନ୍ ଡଃ ଶିଳ୍ପୀ ସାହୁ ଏବଂ ହେଡମାଷ୍ଟର ଅମିତାଭ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ । ଏହି ଦୁଇ ଦିନିଆ ପ୍ରତିÂା ଦିବସ କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Comments are closed, but trackbacks and pingbacks are open.