ମୁନିଗୁଡା,(ବି.ବି.ନୁ୍ୟଜ୍): ଆଉ ଏକ ଲଜ୍ଜା । ଷÂ ଶ୍ରେଣୀର ଜଣେ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା । ଛାତ୍ରୀର ଉଲଗ୍ନ ମୃତଦେହକୁ ମଙ୍ଗଳବାର ଗ୍ରାମବାସୀ ଉଦ୍ଧାର କରିଛନ୍ତି ଏକ ଗଛମୂଳରୁ । ଏହାକୁ ନେଇ ସୃଷ୍ଟି ହୋଇଛି ଚାପା ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଥାନା ଆଗରେ ପାଟିତୁଣ୍ଡ କରିଛନ୍ତି । ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ତା ନାଁ ସେବା ବାକସିଙ୍ଗ(୨୫), ଘର ଚନ୍ଦ୍ରପୁର ବ୍ଲକର ବନ୍ଦିରି ଗାଁରେ । ହତ୍ୟାକାଣ୍ଡକୁ ସେ ସ୍ୱୀକାର କରିଥିଲେ ହେଁ ଦୁଷ୍କର୍ମ କରିନଥିବା କହିଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଏହି ଲୋମହର୍ଷଣକାରୀ ଘଟଣାକୁ ପୁଲିସ୍ ଗମ୍ଭୀରତାର ସହ ବିଚାରକୁ ନେଇ ଆରମ୍ଭ କରିଛି ତନାଘନା ।
ଚନ୍ଦ୍ରପୁର ସରକାରୀ ବାଳିକା ବିଦ୍ୟାଳୟରେ ଷÂ ଶ୍ରେଣୀରେ ପଢୁଥିଲା ଛାତ୍ରୀ ଜଣକ । ଧାନକଟା ଛୁଟି ଯୋଗୁ ଗତ ୨୧ ତାରିଖରେ ନିଜ ଘରକୁ ଯିବା ଲାଗି ସ୍କୁଲରୁ ବାହାରିଥିଲା । ଏହି ସମୟରେ ସେଠାରେ ପହଞ୍ଚିଥିଲା ଅଭିଯୁକ୍ତ ସେବା । ମୋଟର ସାଇକେଲ୍ରେ ନେଇ ଘରେ ଛାଡିଦେବାକୁ କହିଥିଲା । ଛାତ୍ରୀ ଜଣକ ଏଥିରେ ରାଜି ହୋଇଯାଇଥିଲା । କିନ୍ତୁ ଗାଁକୁ ନେବା ବଦଳରେ ସ୍କୁଲଠାରୁ ୪ ଶହ ମିଟର ଦୂରରେ ଥିବା ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲା ସେବା । ସେଦିନ ବିଳମ୍ବିତ ରାତିପର୍ଯ୍ୟନ୍ତ ପିଲାଟି ଘରକୁ ଫେରିନଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ ସବୁଆଡେ ଖୋଜାଖୋଜି କରିଥିଲେ । ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ କରିଥିଲେ । ଝିଅର କିନ୍ତୁ ପତ୍ତା ପାଇନଥିଲେ । ପରଦିନ ଅର୍ଥାତ ୨୨ ତାରିଖରେ ଚନ୍ଦ୍ରପୁର ଥାନାରେ ଝିଅ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ସ୍କୁଲ ଗେଟ୍ ପାଖରୁ ସେବା ଝିଅଟିକୁ ବାଇକ୍ରେ ବସାଇ ନେଇଥିବା କିଛି ଗ୍ରାମବାସୀ ଦେଖିଥିବା କହିଥିଲେ । ତା ପରେ ଆରମ୍ଭ ହୋଇଥିଲା ତନାଘନା । ଗାଁ ପାଖ ଜଙ୍ଗଲର ଏକ ଗଛ ମୂଳରେ ଉଲଗ୍ନ ଅବସ୍ଥାରେ ଛାତ୍ରୀର ଶବ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା । ଅଭିଯୁକ୍ତ ସେବା ବାକସିଙ୍ଗକୁ ମୁନିଗୁଡା-ଚନ୍ଦ୍ରପୁର ରାସ୍ତାରୁ ଗିରଫ କରିଥିଲା । ଏହି ଖବର ପ୍ରଘଟ ହେବା ପରେ ଚନ୍ଦ୍ରପୁର ଲୋକେ ଥାନା ଆଗରେ ରୁଣ୍ଡ ହୋଇଥିଲେ । ପାଟିତୁଣ୍ଡ କରିବା ସହ ରାସ୍ତା ଅବରୋଧ କରିଥିଲେ ।
Comments are closed, but trackbacks and pingbacks are open.