ଆଠଗଡ: ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି କଟକ ଜିଲ୍ଲାର ନରସିଂହପୁର କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ।ଗତ କିଛି ଦିନ ହେଲା ଏକ ଛାତ୍ରଗୋଷ୍ଠୀ ଝିଅମାନକୁ କମେଣ୍ଟ ମାରିବା ସହିତ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ ।
ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ପ୍ରଥମେ ବଚସା ଏବଂ ପରେ ଏହା ହାତାହାତି ପର୍ୟ୍ୟନ୍ତ କଥା ଯାଇଥିଲା । ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ଏଥିରେ ନରସିଂହପୁର ପୋଲିସ ହସ୍ତକ୍ଷେପ କରିବା ସହିତ ଲାଠି ଚାର୍ଜ କରିବାକୁ ପଡିଥିଲା ।
ବର୍ତ୍ତମାନ ପରିସ୍ଥିତି ପ୍ରାୟ ଶାନ୍ତ ଥିଲେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗିରହିଛି ।
Comments are closed, but trackbacks and pingbacks are open.