ଛାତ୍ରୀ ଓ ମହିଳାଙ୍କୁ ଦିଆଯିବ ପାଓ୍ବାର, ସେମାନେ ବି କରି ପାରିବେ ଗିରଫ

Get real time updates directly on you device, subscribe now.

ଭୁବନେଶ୍ବର: ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାକୁ କମିଶନରେଟ୍ ପୋଲିସର ଅଭିନବ ପଦକ୍ଷେପ । ସେମାନଙ୍କ ଭିତରୁ ଏସପିଓ ନିଯୁକ୍ତି କରି ଏଣିକି ନାରୀ ନିର୍ୟାତନା ରୋକିବାକୁ ବ୍ଲୁପ୍ରିଣଅଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ବିଭିନ୍ନ କଲେଜ ଓ ଅଫିସରୁ ୩ଶହ ସାଧାରଣ ମହିଳାଙ୍କୁ ନେଇ ଏସପିଓ ଟିମ୍ ଗଠନ କରାଯାଇଛି । ଆଉ ସବୁ ଏସପିଓଙ୍କୁ ପୋଲିସ କ୍ଷମତା ପ୍ରଦାନ କରିଛି କମିଶନରେଟ ପୋଲିସ ।
ସାବଧାନ୍ ବାତେରା ଟୋକା । ମହିଳାଙ୍କୁ କମେଣ୍ଟ ମାରି ଆଉ ବର୍ତ୍ତିପାରିବେନି ରୋଡ୍ ରୋମିଓ ଆଉ ବିଭିନ୍ନ ଅଫିସ ଓ କଲେଜରେ ଏକ ପାଖିଆ ପ୍ରେମ କରି ମହିଳାଙ୍କୁ ହଇରାଣ କରୁଥିବା ରସିକ ପ୍ରବର । ସେମାନଙ୍କୁ ସାବାଡ୍ କରିବାକୁ କମିଶନେରଟ ପୋଲିସ ତୟାର କରୁଛି ମହିଳା ଏସପିଓ । ବିଭିନ୍ ଅଫିସ ଓ କଲେଜର ପ୍ରାୟ ୩୦୦ ବଛାବଛା ଛାତ୍ରୀ ଓ ମହିଳାଙ୍କୁ ସ୍ପେଶାଲ ପୋଲିସ ଅଫିସର ବା ଏସପିଓ ଟ୍ରେନିଙ୍ଗ ପାଇଁ ଚିହ୍ନଟ କରାଯାଇଛି ।ଆଜି ସେମାନଙ୍କୁ ବି ନିଯୁକ୍ତି ମିଳିଛି । ପୋଲିସ କମିସନେରେଟର କହିବା ଅନୁଯାଇ ଜଣେ ପୋଲିସ କର୍ମଚାରୀଙ୍କ ଭଳି ଏହି ଏସପିଓଙ୍କ ହାତରେ ରହିବ ପୋଲିସ କ୍ଷମତା । ଆବଶ୍ୟକ ପଡିଲେ ପୋଲିସ ଭଳି ଏସପିଓ ମାନେ ବି ବାତେରା ଟୋକାଙ୍କୁ ଗିରଫ ଗିରଫ କରିପାରିବେ । ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ଏବଂ ନିର୍ଭୟା କାଣ୍ଡକୁ ଆଖିରେ ରଖି ଟୁଇନସିଟିରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛି କମିଶନରେଟ୍ ପୋଲିସ ।
ଅବୈତନିକ ଭାବେ କମିଶନରେଟ ପୋଲିସକୁ ଅପରାଧ ରୋକିବାରେ ସହଯୋଗ କରିବେ ଏସବୁ ଏସପିଓ । ପ୍ରଥମେ ୩ମାସ ପାଇଁ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ୟ୍ୟକାଳ ବୃଦ୍ଧି ପାଇବ । ଟ୍ରାଫିକ ଡିସିପି ସାଗରିକା ନାଥ ଏସପିଓମାନଙ୍କୁ ଲିଡ୍ କରିବେ । କଟକ ଓ ଭୁବନେଶ୍ବରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଶେଷକରି ଆଇଟି ସେକ୍ଟର, କଲ୍ ସେଣ୍ଟର ଓ କଲେଜ ଛାତ୍ରୀଙ୍କୁ ଏହି ଟିମରେ ସାମିଲ କରାଯାଇଛି । ଏସପିଓମାନଙ୍କୁ ପରିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ ବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons