ଛାତ୍ର-ଅଣଛାତ୍ର ମୁହାଁମୁହିଁ, ରାସ୍ତା ଅବରୋଧ

Get real time updates directly on you device, subscribe now.

ଭଦ୍ରକ, (ବି.ବି.ନୁ୍ୟଜ୍): ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୯ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ସଭା କାର୍ଯ୍ୟ ଶେଷ ହେଲା । ଏହାପରେ ମେଲୋଡି ଆରମ୍ଭ ହେଲା । ଛାତ୍ରଛାତ୍ରୀମାନେ ସଂଗୀତର ସ୍ୱର ତାଳରେ ହଜି ଯାଇଥିଲେ । ଏତିକିବେଳେ ସେଠାରେ ଗଣ୍ଡଗୋଳ ଆରମ୍ଭ ହେଲା । କେହି କିଛି ବୁଝିବା ପୂର୍ବରୁ ଦୁଇ ଗୋÂୀ ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଥିଲେ । ଫଳରେ ଦର୍ଶକ ସାଜି ସଂଗୀତର ମଜା ନେଉଥିବା ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇ ଯାଇଥିଲେ । ଏଥିରେ ୨ ଜଣ ଛାତ୍ର ଆହତ ହୋଇଥିଲେ । ତେବେ ଏନେଇ ସହରାଞ୍ଚଳ ଥାନାରେ ପୃଥକ୍ ଭାବେ ଦୁଇଟି ଏତଲା ଦାୟର ହୋଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେଲୋଡି ବନ୍ଦ କରି ଦେଇଥିଲା । ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରଶମିତ କରିବାକୁ ପୁଲିସ ଉଦ୍ୟମ ଚଳାଇଛି ।
ସୂଚନା ଅନୁଯାୟୀ, ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମହାବିଦ୍ୟାଳୟର ୬୯ତମ ବାର୍ଷିକ ଉତ୍ସବ ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା । ସଭା କାର୍ଯ୍ୟ ଶେଷ ହେବା ପରେ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏତିକିବେଳେ କୌଣସି କାରଣରୁ କେତେକ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । କଲେଜ କର୍ତ୍ତୃପକ୍ଷ ଓ ପୁଲିସର ମିଳିତ ଉଦ୍ୟମ ଯୋଗୁଁ ଗଣ୍ଡଗୋଳ ଆଗକୁ ବଢ଼ି ନଥିଲା ଓ ପୁଣି ମେଲୋଡି ଆରମ୍ଭ ହୋଇଥିଲା । କିନ୍ତୁ କିଛି ସମୟ ପରେ ମେଲୋଡି ହେଉଥିବା ସ୍ଥାୟୀ ମଞ୍ଚ ସମ୍ମୁଖ ଗ୍ୟାଲେରୀ ଛାତ ଉପରକୁ ବୋତଲ ମାଡ଼ ହୋଇଥିଲା । ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଛାତ୍ରଗୋÂୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇଜଣ ଛାତ୍ର ଆହତ ହୋଇଥିଲେ । ପୁଲିସ ଘଟଣାରେ ହସ୍ତକ୍ଷେପ କରି ମେଲୋଡି ବନ୍ଦ କରିଦେଇଥିଲା । କିନ୍ତୁ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ କିଛି ଛାତ୍ର ବ୍ୟାପକ ଭଙ୍ଗାରୁଜା କରିବା ସହ କଲେଜ ଫାଟକ ସମ୍ମୁଖରେ ଟାୟାର ଜାଳି ଧାରଣା ଦେଇଥିଲେ । ପୁଲିସ ସୋମବାର ୨୭ ତାରିଖ ସୁଦ୍ଧା ଏଦିଗରେ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ପ୍ରଶମିତ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେଠାରେ ପୁଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons