ଛାତ୍ର କଂଗ୍ରେସ ହିଁ ପରିସ୍ଥିତିକୁ ପରିବର୍ତ୍ତନ କରିପାରିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବର୍ତ୍ତମାନ ରାଜ୍ୟ ହେଉ କିମ୍ବା ଦେଶରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି । ରାଜ୍ୟରେ ନାବାଳିକା ଅପହରଣ ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଦେଶରେ କଳା କୃଷି ଆଇନ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଏହି ସମସ୍ତ ପରିସ୍ଥିତିକୁ କେବଳ ଛାତ୍ର କଂଗ୍ରେସ ହିଁ ପରିବର୍ତ୍ତନ କରିପାରିବ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲାକୁମାର କହିଛନ୍ତି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ କମ୍ପନ ସମାବେଶରେ ଡ. ଚେଲାକୁମାର ଏହା କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରର କୁଶାସନ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସେ ଛାତ୍ର କଂଗ୍ରେସକୁ ଆହ୍ୱାନ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପ;ନାୟକ ଯୁବ ବିଜେଡି ସମାବେଶରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖିଥିଲେ । ୨୦ ବର୍ଷ ବିଜେଡି ଶାସନରେ ନୂଆ ଶିଳ୍ପ ପ୍ରତିÂା ପରିବର୍ତ୍ତେ ସବୁ ବୃହତ୍ ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶରତ ପ;ନାୟକ, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସଂଗ୍ରାମ କେଶରୀ ଜେନା, ଡ. ଦେବାଶିଷ ପ;ନାୟକ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ରଜତ ଚୌଧୁରୀ, ଅଧିରାଜ ପାଣିଗ୍ରାହୀ, ରାଜୀବ ପ;ନାୟକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁନିଲ୍ ମାଟିଆ ସଭା ପରିଚାଳନା କରିଥିବାବେଳେ ଉ+ଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମନୋଜ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons