ଛୁଟିଦିନରେ ଖୋଲା ରହିବ ଆର୍ଟିଓ ଅଫିସ, ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବଢ଼ିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏଣିକି ସରକାରୀ ଛୁଟିରେ ଦିନରେ ବି ଖୋଲା ରହିବ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ଅଫିସ୍ । ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏ ନେଇ ପରିବହନ କମିଶନର ସଂଜୀବ ପଣ୍ଡା ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ (ଆରଟିଓ) ନିଦେ୍ର୍ଧଶ ଦେଇଛନ୍ତି ।
ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଆରଟିଓ ଅଫିସରେ ଏବେ ନାହିଁ ନଥିବା ଭିଡ଼ । ସକାଳୁ ସଂଜ ଯାଏଁ ଲଣ୍ଣର୍ସ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଗାଡ଼ି ଚାଳକଙ୍କ ପ୍ରବଳ ଭିଡ଼ ଜମୁଛି । ରାଜ୍ୟ ତମାମ ଅବସ୍ଥା ଏଭଳି । ତେଣୁ ପରିବହନ କମିଶନର ଆରଟିଓମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି, ସମସ୍ୟାର ସମାଧାନ କରିବାକୁ ହେଲେ ଲୋକଙ୍କୁ ତ୍ୱରିତ୍ ସେବା ଯୋଗାଇବାକୁ ହେବ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡ଼ିବ । ଉଭୟ ଲଣ୍ଣର୍ସ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଳଟ୍ ବ୍ୟବସ୍ଥା କରାଯାଉ । ଲଣ୍ଣର୍ସ ପରୀକ୍ଷା ପାଇଁ ଅଧିକ କମ୍ପୁ୍ୟଟର ଲଗାଇବାକୁ କୁହାଯାଇଛି । ଯଦି ଡ୍ରାଇଭିଂ ପରୀକ୍ଷା ପାଇଁ ଡକାଯାଇଥିବା ଗାଡ଼ି ଚାଳକ ଆସିନଥାନ୍ତି, ତାଙ୍କ ବଦଳରେ ପରବର୍ତ୍ତୀ ଆବେଦନକାରୀଙ୍କୁ ସୁଯୋଗ ଦିଆଯାଉ । ଏହି ନିଦେ୍ର୍ଧଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରିବହନ କମିଶନର ଶ୍ରୀ ପଣ୍ଡା ନିଦେ୍ର୍ଧଶ ଦେଇଛନ୍ତି ।
ପରିବହନ ବିଭାଗର ସୂଚନା ଅନୁଯାୟୀ ଲଣ୍ଣର୍ସ ଆବେଦନକାରୀଙ୍କ ସୁବିଧା ପାଇଁ ପ୍ରତ୍ୟେକ ସ୍ଲଟରେ ଅଧିକ କମ୍ପୁ୍ୟଟର ଲଗାଯାଇ ପରୀକ୍ଷା ବ୍ୟବସ୍ଥା କରାଯାଉଛି । ପ୍ରତ୍ୟେକ ଦିନ ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ଦିଆଯାଇ ଆବେଦନକାରୀଙ୍କୁ ସୁଯୋଗ ଦିଆଯିବା ବ୍ୟବସ୍ଥା ହୋଇଛି । ଛୁଟିଦିନରେ ମଧ୍ୟ ଅଫିସ୍ ଖୋଲା ଯାଇ ଲର୍ଣ୍ଣିଙ୍ଗ ଲାଇସେନ୍ସ ପରୀକ୍ଷା ନିଆଯିବ ।
ଅନଲାଇନ୍ ଲଣ୍ଣର୍ସ ଲାଇସେନ୍ସ ଆବେଦନକାରୀମାନେ ସରକାରୀ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ରଗ୍ଦ://କ୍ଟ୍ରବrସଙ୍ଖବଷବଦ୍ଭ.ଶକ୍ଟଙ୍ଖ.ସଦ୍ଭ ଜରିଆରେ ଆବେଦନ କରିପାରିବେ । ଆବେଦନକାରୀଙ୍କୁ ଏକ ଅନଲାଇନ୍ ଲଣ୍ଣର୍ସ ଲାଇସେନ୍ସ ଆବେଦନ ଫର୍ମ ପୂରଣ କରିବାକୁ ହେବ । ନିଜ ସୁବିଧା ଅନୁଯାୟୀ ଆବେଦନକାରୀ ଲଣ୍ଣର୍ସ ଲାଇସେନ୍ସ ଟେଷ୍ଟିଂର ଆପଏଣ୍ଟମେଣ୍ଟ ସ୍ଲଟ୍ ବାଛିବେ । ସମ୍ପୂର୍ଣ୍ଣ ହୋଇଥିବା ଫର୍ମ ଦାଖଲ କରିବା ପରେ ଏକ ଆକନଲେଜମେଣ୍ଟ ସ୍ଲିପ୍ ସହିତ ଫର୍ମ-୨ (ଲଣ୍ଣର୍ସ ଲାଇସେନ୍ସ ଆବେଦନଫର୍ମ) ଆବେଦନକାରୀଙ୍କୁ ଦିଆଯିବ । ଧାର୍ଯ୍ୟ ସେଣ୍ଟରରେ ହେବାକୁ ଥିବା ଆପଏଣ୍ଟମେଣ୍ଟ ସମୟରେ ଆବେଦନକାରୀଙ୍କୁ ଉକ୍ତ ଫର୍ମ-୨ (ପ୍ରତି ସ୍ୱାକ୍ଷରିତ ହୋଇଥିବା) ଏବଂ ଲଣ୍ଣର୍ସ ଲାଇସେନ୍ସ ଟେଷ୍ଟିଂର ଅନଲାଇନ୍ ରିସିପ୍ଟକୁ ସାଙ୍ଗରେ ଆଣିବାକୁ ହେବ । ଆବେଦନକାରୀଙ୍କୁ କମ୍ପୁ୍ୟଟର ଜରିଆରେ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ପରୀକ୍ଷାରେ କୃତକାର୍ଯ୍ୟ ହେଲେ ପ୍ରାର୍ଥୀଙ୍କୁ ଲଣ୍ଣର୍ସ ଲାଇସେନ୍ସ ପ୍ରଦାନ କରାଯିବ । ପ୍ରାର୍ଥୀ ତାଙ୍କ ଲଣ୍ଣର୍ସ ଲାଇସେନ୍ସ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ଗାଡ଼ି ଚାଳକଙ୍କ ଟେନସନ୍ ବଢ଼ିଯାଇଛି । ଲାଇସେନ୍ସ ନଥିବା ଗାଡ଼ି ଚାଳକ ନୂଆ ଲାଇସେନ୍ସ ପାଇଁ ଏବେ ଆରଟିଓ ଅଫିସ ଧାଉଁଛନ୍ତି । ଏଥିପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଜମୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons