ପୁରୀ,(ବି.ବି.ନୁ୍ୟଜ୍): ଆଜି (ଶନିବାର) ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ।ବେଳେ ଛେରା ପହଁରା ପାଇଁ ଆସି ନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥ ଏହି ନୀତି ସମ୍ପନ୍ନ କରିଥିଲେ । ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲୁଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା । ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଥିବା ବେଳେ ଏହାର କାରଣ ସଂପର୍କରେ କହିଛନ୍ତି ଖୋଦ୍ ଗଜପତି । ସରକାରଙ୍କ କୋଭିଡ଼ ଗାଇଡ୍ଲାଇନ୍ ମାନି ସେ ଛେରା ପହଁରା କରିବାକୁ ଆସିନଥିବା କହିଛନ୍ତି ।

ଲକ୍ଡାଉନ୍ ନିୟମ ଅନୁସାରେ ଧାର୍ମିକ ଉତ୍ସବ ବା ସମାବେଶରେ ମନ୍ଦିର ବାହାରେ ୭ ଜଣରୁ ଅଧିକ ରହିବା ଅନୁଚିତ । ସେହିପରି ୬୫ ବର୍ଷରୁ ଅଧିକ ବୟସର ଲୋକ ମଧ୍ୟ ଘରୁ ବାହାରକୁ ବାହାରିବା ଅନୁଚିତ । ତେଣୁ ଛେରା ପହଁରା ପାଇଁ ନ ଆସି ସେ ଶ୍ରୀନଅରରେ ରହିଥିବା ଜରାଇଛନ୍ତି । ଗଜପତି ଥିବା ବେଳେ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସେବା କରି ନ ପାରିବାର ଏହା ଦ୍ୱିତୀୟ ଘଟଣା ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ । ୧୯୭୬ ମସିହାରେ ଆମେରିକାର ଶିକାଗୋରେ ଏଲ୍ଏଲ୍ଏମ୍ ପଢ଼ୁଥିବା ବେଳେ ସ୍ନାନଯାତ୍ରାରେ ଛେରା ପହଁରା କରିପାରିନଥିଲେ । ଗଜପତିଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ମୁଦିରଥ ମହାପ୍ରଭୁଙ୍କ ସମ୍ମୁଖରେ ସବୁ ସେବା କରିବାର ପରମ୍ପରା ଥିବା ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ।
Comments are closed, but trackbacks and pingbacks are open.