ଜଗତସିଂହପୁର: ଲକ୍ଡାଉନ୍ ଭିତରେ ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହିତ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଲୋକେ ଯେପରି ଏହି ଦୁଇ ସ୍ଥାନରେ ଏକତ୍ରିତ ନହୋଇପାରିବେ, ସେଥିପାଇଁ ଏହି ଧାରା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୧୪ ତାରିଖ ପର୍ୟ୍ୟନ୍ତ- ୩ ଦିନ ପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍ ୧୪ ତାରିଖ ହେଉଛି ପଣାସଂକ୍ରାନ୍ତି। ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନକୁ ଓଡ଼ିଶାରେ ନବବର୍ଷ ଭାବେ ବି ପାଳନ କରାଯାଏ।
Comments are closed, but trackbacks and pingbacks are open.