ଜଗତସିଂହପୁର ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କୁ ମନା

Get real time updates directly on you device, subscribe now.

ଜଗତସିଂହପୁର : କଟକ-ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବି ଏଠାରେ କିଛି କମ୍‌ ନୁହେଁ। ଏପରି ସ୍ଥିତିରେ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଜଗତସିଂହପୁରବାସୀଙ୍କ କଟକ, ଭୁବନେଶ୍ୱର ଯିବାକୁ ବାରଣ କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାବାସୀଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ, କଟକ-ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି। ଏଥିପାଇଁ ଯେଉଁ ଲୋକେମାନେ ଏହି ଦୁଇଟି ସହରକୁ ଯିବା ଆସିବା କରୁଛନ୍ତି, ତୁରନ୍ତ ବନ୍ଦ କରନ୍ତୁ। ଯଦି କୌଣସି ବ୍ୟକ୍ତିର ଜରୁରୀ କାମ ଥିବ,ତାହାହେଲେ ସେମାନେ ପ୍ରଶାସନର ଅନୁମତି ନିଅନ୍ତୁ।ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଜରୁରୀ କାମ ନ ଥିଲେ ଲୋକମାନେ ଜିଲ୍ଲାର ସରକାରୀ ଅଫିସ୍ ଆସନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିଜର ଆପତ୍ତି ଅଭିଯୋଗ ଜଣାନ୍ତୁ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ରାଜ୍ୟରେ ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ୬୧ ଜଣଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons