ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଖିମ୍ଜୀ ଅଟୋମୋବାଇଲ୍ସ ପକ୍ଷରୁ ଜଗତସିଂହପୁର ଏବଂ ସାଲେପୁରରେ ଦୁଇଟି ରୟାଲ ଏନ୍ଫିଲ୍ଡ ବୁଲେଟ ସୋ’ରୁମ୍ ଖୋଲିଯାଇଛି । ଏହି ସୋ’ରୁମ୍ ଦ୍ୱୟର ଉଦ୍ଘାଟନ ଅବସରରେ ଖିମ୍ଜୀ ଅଟୋମୋବାଇଲ୍ସ ତରଫରୁ ନିର୍ଦ୍ଦେଶକ ରାଜେଶ ସାମନ୍ତ ଓ ରୟାଲ ଏନ୍ଫିଲ୍ଡ ତରଫରୁ ଏଏସ୍ଏମ୍ ସଂଗ୍ରାମ ସାହୁ ଉପସ୍ଥିତ ଥିଲେ । ରୟାଲ ଏନ୍ଫିଲ୍ଡ ପକ୍ଷରୁ ଆଇକନିକ୍ ରୟାଲ ଏନ୍ଫିଲ୍ଡ ବୁଲେଟର ନୂଆ ମଡ଼େଲର ବଜାର ପ୍ରବେଶ ଘୋଷଣା କରାଯାଇଛି । ଏହାର ଏକ୍ସସୋ’ରୁମ୍ ମୂଲ୍ୟ ୧,୧୨,୦୦୦ ଟଙ୍କା ରହିବ ।
ଅନ୍ୟପକ୍ଷରେ, ନୂଆ ଷ୍ଟୁଡ଼ିଓ ଷ୍ଟୋର ଏବଂ ବୁଲେଟ ମୋଟରସାଇକେଲର ବଜାର ପ୍ରବେଶକୁ ନେଇ ରୟାଲ୍ ଏନ୍ଫିଲ୍ଡ ସିଇଓ ବିନୋଦ କେ ଦସାରୀ କହିଛନ୍ତି ଯେ, ଛୋଟ ସହର ଗୁଡ଼ିକରେ ଆମ ମୋଟର ସାଇକେଲର ଲୋକପ୍ରିୟତା ଅଛି, ତେଣୁ ଗାଡ଼ିର ବିସ୍ତାର ପାଇଁ ଅଧିକ ସୁଯୋଗ ରହିଛି । ଖୁବ୍ଶୀଘ୍ର ଏହି ମିଡ଼ିଲ୍-ବେଟ୍ ମୋଟରସାଇକେଲ ବର୍ଗମାଳା ପାଇଁ ବଡ଼ ବଜାର ତିଆରି ହୋଇପାରିବ । ଏହି ସହରଗୁଡ଼ିକରେ ମଜଭୂତ ନେଟ୍ୱର୍କ ବନାଇବା ଉଦ୍ଦେଶ୍ୟରେ ଆମେ ୨୫୦ ନୂଆ ରୟାଲ ଏନ୍ଫିଲ୍ଡ ଷ୍ଟୁଡ଼ିଓ ଖୋଲିବା ପାଇଁ ଖୁସୀ । ବର୍ଷ ଶେଷ ସୁଦ୍ଧା ଏଥିରେ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛୁ ।
ଭାରତର ଛୋଟ ସହରରେ ଥିବା ରୟାଲ ଏନ୍ଫିଲ୍ଡର ଷ୍ଟୁଡ଼ିଓ ଷ୍ଟୋର କମ୍ପାକ୍ଟ ଫର୍ମାଟ୍ ଷ୍ଟୋର ହେବ, ଯେଉଠି ରୟାଲ ଏନ୍ଫିଲ୍ଡ ମୋଟରସାଇକେଲର ସମସ୍ତ ସ୍ପେୟାର ପାର୍ଟ୍ସ ଓ ସର୍ଭିସ୍ ଉପଲବ୍ଧ ଥିବ ।
Comments are closed, but trackbacks and pingbacks are open.