ଭୁବନେଶ୍ବର : ଜଗନ୍ନାଥଙ୍କ ଟଙ୍କା ବି ଚଳୁ କରିଦେଲେ ! ସବୁ ଢୋକିଦେଲେ । ବିଧାନସଭାରେ ୟେସ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ଜମା ଟଙ୍କା ନେଇ ବିଧାନସଭାରେ ଉଦବେଗ ବେଳେ ବେଶ୍ ରୋଚକ ହୋଇଥିଲା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା । ବେଶ୍ ବର୍ଷୀ ଥିଲେ ସେ । ସରକାର , ଶାସକ ଦଳ ଏବଂ ସରକାରୀ ଅଫିସରଙ୍କ ଆଡକୁ ଥିଲା ତାଙ୍କ ଆଙ୍ଗୁଠି । ତାଙ୍କ କଥା ଗୃହରେ ବେଶ୍ କିଛି ସମୟ ପାଇଁ ଆଲୋଚନାର ଖୋରାକ ବି ହୋଇଥିଲା । ୟେସ ବ୍ୟାଙ୍କ୍ ପ୍ରସଙ୍ଗରେ ରେ ମୁଲତବୀ ଆଲୋଚନାବେଳେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଗୀତ ଆଉ କଥା ଗୃହର ସଦସ୍ୟଙ୍କ ଲାଗି ବେଶ୍ ଉପଭୋଗ୍ୟ ବି ହୋଇଥିଲା ।
ୟେସ ବ୍ୟାଙ୍କ୍ରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ନେଇ ହିଁ ଏତେ ଚିନ୍ତା . କାରଣ ଏହି ଘରୋଇ ବ୍ୟାଙ୍କ୍ ଏବେ ସଂକଟରେ । ବ୍ୟାଙ୍କ୍ରୁ ଟଙ୍କା ଉଠାଣ ଉପରେ କ୍ୟାପ୍ ଜାରି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ।ଏପରି ସ୍ଥିତିରେ ଶ୍ରୀମନ୍ଦିରର ବିପୁଳ ଅର୍ଥ ନେଇ ଚିନ୍ତା ଏକ ସ୍ବାଭାବିକ କଥା ଏବଂ ସେ ନେଇ ଆଲୋଡନ ସହ ତମ୍ବିତୋଫାନରେ ବିରୋଧୀ ଗୃହ କମ୍ପାଉଛନ୍ତି । ଏପରି ସମୟରେ ଗୁରୁବାର ବିଷ୍ଣୁ ସେଠୀ ଙ୍କ ପ୍ରତିକ୍ରିୟା ବେଶ୍ ଦୃ,୍ଟି ଆକର୍,କ । ସେ ଗୃରେ କହିଚନ୍ତି, “ ଯିଏ ଜଗନ୍ନାଥଙ୍କ ଟଙ୍କା ଚଳୁ କରିଛି ତାକୁ କରୋନା ହୋଇଯାଉ ।“ ପୁରା ସାଧାରଣ ଲୋକଟିଏର ଢଙ୍ଗରେ ବିଷ୍ଣୁଙ୍କ ଏହି କଥା ସହ ଯୁକ୍ତି ବି ଥିଲା ଏପରି , ଆମେ କୁଷ୍ଠ ହୋଇଯାଉ କହୁନୁ , କାରଣ ସେ ରୋଗ ଭଲ ହୋଇ ଯାଉଛି ।ଜଗନ୍ନାଥଙ୍କ ଟଙ୍କା ଢୋକିଦେଲେ, ତେଣୁ ସେମାନେ ଦଣ୍ଡ ଭୋଗିବା ଦରକାର ଏପରି କିଛି ଇଙ୍ଗିତ କରିଛନ୍ତି ବିରୋଧୀ ଉପନେତା । ଖାଲି ସେତିକି ନୁହେଁ,ବିଧାନସଭାରେ ତାଙ୍କ ବକ୍ତବ୍ୟ ଲାଗି ବେଶ୍ ଚର୍ଚ୍ଚିତ ବିଷ୍ଣୁ ସେଠୀ ଗୀତ ବି ଗାଇଥିଲେ ଏପରି ପ୍ରସଙ୍ଗରେ ।ୟେସ୍ ବ୍ୟାଙ୍କ୍ ପ୍ରସହ୍ଗରେ ମୁଲତବୀ ଆଲୋଚନା ବେଳେ ବିଷ୍ଣୁଙ୍କ ଗୀତ ଗୃହରେ ଏକ ହାସ୍ୟରୋଳ ସୃଷ୍ଟି କରିଥିଲା ।
ସୂଚନାଯୋଗ୍ୟ ଯେ, ୟେସବ୍ୟାଙ୍କ୍ରେ ଶ୍ରୀମନ୍ଦିର ପ୍ରଶାସନର ଜମାଖାତାରେ ୫୪୫ କୋଟି ଟଙ୍କା ରହିଛି । ଅଧିକ ସୁଧ ଲକ୍ଷ୍ୟରେ ଏହି ଟଙ୍କା ରହିଥିବା କୁହାଯାଉଥିବା ବେଳେ, ଏବେ ୟେସ୍ ବ୍ୟାଙ୍କ ସଂକଟ ଯୋଗୁଁ ସେହି ଟଙ୍କା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେବେ ସରକାର ଏନେଇ ରିଜର୍ଭ ବ୍ୟାଙ୍କ୍କୁ ଲେଖି ହସ୍ତକ୍ଷେପ ଲୋଡିଥିବା ବେଳେ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଭେଟି ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ବିଜେଡି ସାଂସଦ । କେନ୍ଦ୍ର ବି ଏନେଇ ଭରସା ଦେଇଛି ।
Comments are closed, but trackbacks and pingbacks are open.