ଜଗପତିଙ୍କୁ ଉଦ୍ଧାରକଲା ପ୍ରଶାସନିକ ଟିମ୍

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଅରୁଣାଚଳପ୍ରଦେଶରେ ଦୀର୍ଘ ୩୫ ବର୍ଷ ରହିବା ପରେ ଭିଟାମାଟିକୁ ଫେରିବେ ଗଜପତି ଜିଲ୍ଲାର ଜଗପତି କାର୍ଯୀ ଓରଫ ଦୟା ଭୂୟାଁ । ମଙ୍ଗଳବାର ଗଜପତି ଜିଲ୍ଲା ପ୍ରଶାସନର ସହକାରୀ ଶ୍ରମ ଅଧିକାରୀ ସୁବାଷ ମଣ୍ଡଳ ଓ ତାଙ୍କ ଟିମ୍ ଜଗପତିଙ୍କୁ ଉଦ୍ଧାର କରିଛନ୍ତି । ତେବେ ସେମାନେ ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚôବା ସମ୍ଭାବନା ରହିଛି । ଏହାପରେ ସେ ପାରଳାଖେମୁଣ୍ଡି ଆସିବା ନେଇ ସୂଚନା ମିଳିଛି । ଏଠାରେ ପହଞ୍ଚôବା ପରେ ତାଙ୍କ ଭାଇ ଶୁକୁ ଭୂୟାଁଙ୍କୁ ହସ୍ତାନ୍ତର କରାଯିବ । ଏ ନେଇ ଟ୍ୱିଟ୍ କରି ଗଜପତି ଜିଲ୍ଲାପାଳ ଅନୁପମ ଶାହ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଜଣେ ଶିକ୍ଷକ ରୁବୁ ଆମ୍ମା କିଛିଦିନ ତଳେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରିଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଅରୁଣାଚଳରପ୍ରଦେଶର ଏକ ଜଙ୍ଗଲ ମଧ୍ୟରେ କୁଢ଼ିଆ କରି ରହୁଥିବା ବେଳେ ନିଜକୁ ଜଗପତି କାର୍ଯୀ ଏବଂ ସେ ଓଡ଼ିଶାର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ର ଅବାସିଂ ଗ୍ରାମର ବୋଲି ପରିଚୟ ଦେଉଛି । ଏହାସହ ସେ ନିଜ ଗାଁକୁ ଫେରିବାକୁ ଚାହୁଁଥିବା କହୁଛନ୍ତି । ସେ କାମ ଅନ୍ୱେଷଣରେ ଏଠାକୁ ଆସିଥିବା ମଧ୍ୟ କହୁଛନ୍ତି ।
ଏଠାରେ ଅନେକ ବର୍ଷ ଧରି ଏକ କମ୍ପାନୀରେ କାମ କରୁଥିଲେ । ଏହାପରେ ନିଜେ କାଠକାମ କରି ଆୟ କରୁଥିଲେ । କିନ୍ତୁ ବଳ କମିବା ପରେ ଆଉ କାମ କରିପାରିନଥିଲେ । ପାଖରେ ଥିବା ଟଙ୍କା ସରିବା ପରେ ଚଳିବା କଷ୍ଟ ହେବାରୁ ସେ ଏକ ଜଙ୍ଗଲରେ ରହି ଜଙ୍ଗଲରୁ ସଂଗୃହୀତ ଖାଦ୍ୟ ଖାଉଥିଲେ । ଏହାରି ଭିତରେ ରୁବୁ ଆମ୍ମାଙ୍କ ସହ ଦେଖା ହୋଇଥିଲା । ସେହିଦିନ ଠାରୁ ସେ ଜଗପତିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସହାଯ୍ୟ କରିଆସୁଥିଲେ । ଜଗପତି ନିଜ ଗାଁକୁ ଫେରିବା ପାଇଁ ଚାହୁଁଥିବାରୁ ରୁବୁ ଆମ୍ମା ସମ୍ପୃକ୍ତ ବ୍ୟକ୍ତିଙ୍କ ଏକ ଭିଡିଓ କରି ଭାଇରାଲ୍ କରିଥିଲେ । ଏହାକୁ ଦେଖିବାପରେ ତାଙ୍କ ଭାଇ ଶୁକୁ ଜଗପତିଙ୍କୁ ଚିହ୍ନିପାରିବା ସହ ତାଙ୍କୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଥିଲେ ।
ଏହାପରେ ଗଜପତି ଜିଲ୍ଲା ପ୍ରଶାସନ ଅରୁଣାଚଳ ପ୍ରଦେଶର ପ୍ରଶାସନ ଏବଂ ତାଙ୍କୁ ସହାୟତା କରୁଥିବା ରୁବୁଆମ୍ମା ଏବଂ ସେଠିକାର ଓଡ଼ିଆ ସମାଜର କେତେକ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ଜଗପତିଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଜଗପତିଙ୍କୁ ଆଣିବା ପାଇଁ ଅରୁଣାଚଳପ୍ରଦେଶ ଅଭିମୁଖେ ଯାଇଥିବା ଗଜପତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସୁବାଷ ମଣ୍ଡଳଙ୍କୁ ଅରୁଣାଚଳ ପ୍ରଦେଶ ଲୋୟର ବାଂଶିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଡ ମିନେରାଲ ଡେଭେଲପମେଣ୍ଟ ଅଫିସର ରାଧକାମଡିର୍ ମାଇଗୁମଟର ଚେକ୍ଗେଟ୍ ନିକଟରେ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ରୁବୁ ଆମ୍ମା, ପ୍ରଫେସର ଏସ୍.ଜେନା, ପ୍ରଫେସର ଏ.କେ ପାତ୍ର, ଆରଏସ୍ଏସ୍ର ପ୍ରାନ୍ତ ପ୍ରଚାରକ ସୁନୀଲ ମହାନ୍ତି, ପ୍ରଫେସର ଏସ୍.କେ.ନାୟକ ଏବଂ ପ୍ରଫେସର ନିଶାମଣି କର ପ୍ରମୁଖ ଉପସ୍ଥିତ ଥିଲେ । ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ବିଜେପି ଜଗପତିଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଅରୁଣାଚଳପ୍ରଦେଶ ବିଜେପି ଏବଂ ସେଠିକାର ଓଡ଼ିଆ ସମାଜ କର୍ମକର୍ତ୍ତାମାନେ ଏହି ଘଟଣାରେ ବିଶେଷ ସହଯୋଗ କରିଥିଲେ ବୋଲି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବrିପାତ୍ର କହିବାସହ ସାଧୁବାଦ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons