ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

କଳାହାଣ୍ଡି: କର୍ଲ।ପାଟ ଅଭୟାରଣ୍ୟରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତକ ସହ ଅନ୍ୟ ଜଣେ କେହି ଥିଲେ, ତାଙ୍କର ସନ୍ଧାନ ଏପର୍ୟ୍ୟନ୍ତ ମିଳି ପାରୁ ନାହିଁ। ଏହି ହତ୍ୟାକାଣ୍ଡରେ ଭବାନୀପାଟଣା ସଦର ଥାନା ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ମୃତକ ହେଲେ ନାଗଝୁରୀ ଗାଁର ୨୧ ବର୍ଷ ବୟସ୍କ ମୋହନ ସୁନାନୀ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ ମୃତକ ସହ ବିଜୟ ନାୟକ ନାମକ ଜଣେ ଯୁବକ ପୋଡାପଦର ଗାଁରୁ ଫେରୁଥିଲେ। ଠିକ୍ ସେହି ସମୟରେ ମୋହନଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons