ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ବ୍ଲକ ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ସାମଗ୍ରୀ ଜବତ କରାଯାଇଛି । ଆଜି ମଧ୍ୟାହ୍ନରେ ସାଉଥ୍କୋ କର୍ମଚାରୀମାନେ ଏହାକୁ ଜବତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ମକା ଓ ଅନ୍ୟ ଶସ୍ୟ ଖାଇବା ନିମନ୍ତେ ବାର୍ହାମାନେ ଚାଷଜମି ମୁହାଁ ହୋଇଛନ୍ତି । ଏହାର ସୁଯୋଗ ନେଇ ଶିକାରୀମାନେ ବାର୍ହା ଶିକାର କରୁଥିବା ଅଭିଯୋଗ ହୋଇଛି । ବିଦୁ୍ୟତ ତାର ବିଛାଇ ଶିକାର କରାଯାଉଛି । ଏହା ଜଣାପଡ଼ିବା ପରେ ସାଉଥ୍କୋ କର୍ମଚାରୀମାନେ ନିର୍ବାହୀଯନ୍ତ୍ରୀ ନାରାୟଣ ନାୟକଙ୍କ ନେତୃତ୍ୱରେ ପାଟ୍ରୋଲିଂ ଜାରି ରଖିଛନ୍ତି । ଆଜି କନିÂଯନ୍ତ୍ରୀ ଖଗେଶ୍ୱର ବେହେରାଙ୍କ ନେତୃତ୍ୱରେ ଗୁମ୍ମା ଜଙ୍ଗଲରେ ଚଢ଼ଉ ବେଳେ ଶିକାର ସାମଗ୍ରୀ ଜବତ କରାଯିବା ସହ ବନ ବିଭାଗ ଓ ପୁଲିସକୁ ସୂଚନା ଦିଆଯାଇଛି । ରବିବାର ରାତିରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦୁ୍ୟତ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ହୁକ୍ ପକାଇ ଶିକାର ପାଇଁ ଯୋଜନା କରାଯାଇଥିବା ବେଳେ ଗୁମ୍ମା ଓ ଲାକୁବାଡ଼ି ଗାଁ ନିକଟରେ ଚଢ଼ାଉ କରାଯାଇଥିଲା । ନିକଟ ଗାଁଗୁଡିକର କେତେକ ଶିକାରୀ ଏଭଳି ବେଆଇନ କାର୍ଯ୍ୟ କରୁଥିବା ବିଭାଗ କହିଛି । ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ପୁଲିସ ଓ ବନ ବିଭାଗକୁ ନିବେଦନ କରାଯାଇଥିବା କନିÂଯନ୍ତ୍ରୀ କହିଛନ୍ତି ।


Comments are closed, but trackbacks and pingbacks are open.