ଜଙ୍ଗଲରୁ ୩ ବାରାହା ଶିକାରୀ ଗିରଫ

Get real time updates directly on you device, subscribe now.

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ଉଦୟଗିରି ଢିଙ୍କେଶ୍ବରୀ ଜଙ୍ଗଲରେ ଚାଲିଛି ଅବାଧ ବାରାହା ଶିକାର । ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ହାତରେ ତିଆରି ହୋଇଥିବା ବୋମା ସାହାଯ୍ୟରେ ଫାଶ ବସାଇ ବାରାହା ଶିକାର କରାଯାଉଥିବା ଦେଖିବାକୁ ମିଳିଛି ।
ଶୁକ୍ରବାର ରାତିରେ ଖବର ପାଇ ବନ ବିଭାଗ ଉକ୍ତ ଜଙ୍ଗଲରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବାରାହା ମାଂସ ଓ ଶିକାରରେ ବ୍ୟବହୃତ ହାତ ତିଆରି ବୋମା ଓ ବିଦ୍ୟୁତ ତାର ଜବତ କରିଛି । ୩ ଶିକାରୀ ଉଦୟଗିରି ଗାଁର ଇନ୍ଦ୍ରମଣି ପାତ୍ର, ବିଷ୍ଣୁ ମହାକୁଡ ଓ ବିଜୟ ମହାରଣା ବୋଲି ଜଣାପଡିଛି । ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons